Home ଅପରାଧ ପାଟଣା ଥାନା ଆଇଆଇସିଙ୍କ ଦବଙ୍ଗଗିର, ଭିଡ଼ିଓ ଭାଇରାଲ

ପାଟଣା ଥାନା ଆଇଆଇସିଙ୍କ ଦବଙ୍ଗଗିର, ଭିଡ଼ିଓ ଭାଇରାଲ

646

କେନ୍ଦୁଝର, ତା ୧୮ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସତେ ଯେମିତି ମନେହୁଏ କେନ୍ଦୁଝରର ଏସପି ନାମକୁ ମାତ୍ର । ତାଙ୍କ ଅଧିନସ୍ଥ କର୍ମଚାରୀମାନେ ବାରମ୍ବାର ଭୁଲ କରି ନିଲମ୍ବନ ହେବା ପରେ ବି ସୁଧୁରୁ ନାହାନ୍ତି । ରକ୍ଷକ ହୋଇ ଭକ୍ଷକ ସାଜୁଥିବା ପୋଲିସ ବାବୁମାନେ ଯେପରି ଏସପିଙ୍କୁ ଚାଲେଞ୍ଜ୍ କରି କାମ କରୁଛନ୍ତି । ପ୍ରଥମେ ଟାଉନ୍ ଥାନାରେ ଜଣେ ନ୍ୟୁଜର କ୍ୟାମେରାମ୍ୟାନକୁ ଦୁର୍ବ୍ୟବହାର କରି ଜଣେ ଏସଆଇଙ୍କ ବଦଳି ହୋଇଥିଲା । ତାପରେ ଟାଉନ୍ ଥାନାରେ ଜଣେ ରିପୋର୍ଟରଙ୍କୁ ମାଡ଼ ମାରି ଥିଲେ ସୁଧା ଜନୈକ ଏସଆଇଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଯାହାକୁ ନେଇ ଏବେ ପାଟଣା ଥାନା ଆଇଆଇସିଙ୍କ ଦବଙ୍ଗଗିରର ଭିଡ଼ିଓ ଭାଇରାଲ ହୋଇଛି । ଲକ୍ ଡାଉନ୍ ସମୟରେ ସାଧାରଣ ଲୋକଙ୍କୁ ଯାହା ପିଟିଲେ ପିଟିଲେ, ଏବେ କିନ୍ତୁ ଅନ୍ୟ କାରଣରୁ ଥାନାକୁ ଡାକି ପାଟଣା ଥାନାଅଧିକାରିଣୀ ଜଣେ ଯୁବକଙ୍କୁ ବାଡ଼ିରେ ପାହାର ଉପରେ ପାହାର ମାରୁଥିବା ସହ ଗୋଇଠା ମାଡ଼ ଦେଉଛନ୍ତି । ଏତେ ରାଗ ଯେ ବାଡିରେ ପିଟିପିଟି ସନ୍ତୁଷ୍ଟ ନହୋଇ ପୁଣି ଗୋଇଠା ମାରିବାକୁ ପଛାଇଲେ ନାହିଁ । ଏହି ମହିଳା ଜଣଙ୍କ ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟା ରାଣୀ ଜେନା । କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ୍ ପୋଲିସ ଅଧିକାରିଣୀ ପଦକ ପାଇଥିଲେ । ଭିଡ଼ିଓ ଭାଇରାଲ ପରେ ଏ ବିଷୟରେ ତାଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଛନ୍ତିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.