Home Coronavirus Outbreak କରୋନା ଅପ୍ଡେଟ୍ – ନୟାଗଡ଼

କରୋନା ଅପ୍ଡେଟ୍ – ନୟାଗଡ଼

443

ନୟାଗଡ଼, ତା. ୩୦.୦୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ଭାଇରସରୁ ଲୋକଙ୍କୁ ସୁରକ୍ଷା କରିବା ପାଇଁ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ସମଗ୍ର ଜିଲ୍ଲାରେ ୨୦୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତି ପାଇଁ ସ୍ଥିର କରାଯାଇଛି। ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୧୦୬୭୦ଜଣ ରୋଗୀଙ୍କୁ ରଖିବାର ବ୍ୟବସ୍ଥା କରାଯାଉଅଛି। ସେହିପରି ସହରାଂଚଳରେ ୧୦ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇ ୧୧୭୦ଜଣ ରୋଗୀଙ୍କୁ ରଖି ଚିକିତ୍ସା କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଭାପୁର ବ୍ଲକର ୨୦, ଦଶପଲ୍ଲାରେ ୨୦, ଗଣିଆରେ ୦୮, ଖଣ୍ଡପଡ଼ାରେ ୨୨, ନୟାଗଡ଼ରେ ୨୯, ନୂଆଗାଁରେ ୨୨, ଓଡ଼ଗାଁରେ ୩୬ ଏବଂ ରଣପୁର ୩୭ଟି ଗ୍ରାମ ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଉଛି। ସଂପୃକ୍ତ ଗ୍ରାମ ପଂଚାୟତର ସରପଂଚଙ୍କ ସହିତ ଯୋଗାଯୋଗ କରି ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ନିଜେ ଯାଇ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ପରିଦର୍ଶନ କରୁଛନ୍ତି। ସାମାଜିକ ଦୂରତା ସୁରକ୍ଷା ସହିତ ନୟାଗଡ଼ ଜିଲ୍ଲାରେ ମୋଟ ୫ ଗୋଟି ହୋଟେଲ / ଢାବା ଖୋଲା ଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ପ୍ରଦାନ କରାଯାଇଛି। ସେହିଭଳି ବ୍ରଜେନ୍ଦ୍ର ହାଇସ୍କୁଲ ପଡ଼ିଆରେ ନୟାଗଡ଼ ପୌର ପରିଷଦ ତରଫରୁ ପରିବା ମାର୍କେଟ୍ ପ୍ରତିଦିନ ଦିବା ୧୦ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.