Home ଓଡ଼ିଶା କରୋନାରୁ ସୁସ୍ଥ ହୋଇଥିବା ପୋଲିସ କୋଭିଡ-୧୯ ଯୋଦ୍ଧାଙ୍କ ସହ ଡି ଜି ପି ଙ୍କ ଭିଡିଓ...

କରୋନାରୁ ସୁସ୍ଥ ହୋଇଥିବା ପୋଲିସ କୋଭିଡ-୧୯ ଯୋଦ୍ଧାଙ୍କ ସହ ଡି ଜି ପି ଙ୍କ ଭିଡିଓ କନ୍‌ଫେରେନ୍ସ

183

ଭୁବନେଶ୍ୱର ୫-୮ (ଓଡ଼ିଆ ପୁଅ) ଆଜି ଅପରାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୋଲିସ କୋଭିଡ଼ ଯୋଦ୍ଧାମାନଙ୍କ ସହ କଟକରୁ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ। ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ୧୪ଟି ଜିଲ୍ଲାର ପୋଲିସ କୋଭିଡ ଯୋଦ୍ଧାମାନେ ଅଂଶ ଗ୍ରହଣ କରିଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକ ଏହି ଅବସରରେ କୋଭିଡ଼ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକସେବା ପ୍ରତି ସେମାନଙ୍କ ପ୍ରତିବର୍ଦ୍ଧତା ଓ ସମର୍ପଣ ମନୋଭାବ ପାଇଁ ପ୍ରଶଂସା କରିଥିଲେ। ଅନେକ କୋଭିଡ଼ ଯୋଦ୍ଧା ମଧ୍ୟ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନାକରିବା ସହ ଭବିଷ୍ୟତରେ ସେମାନେ ପୂର୍ଣ୍ଣଦୃଢତା ଓ ସମର୍ପଣ ମନୋଭାବ ସହ କାର୍ଯ୍ୟ ସଂପାଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବାର୍ତ୍ତାଳାପ ହୋଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ଥିଲେ, ସହରାଞ୍ଚଳ ପୋଲିସ ଜିଲ୍ଲା ଭୁବନେଶ୍ଵର, ସହରାଞ୍ଚଳ ପୋଲିସ ଜିଲ୍ଲା କଟକ, ଅନୁଗୁଳ, ବ୍ରହ୍ମପୁର, ବଲାଙ୍ଗିରି, କଟକ, ଗଜପତି, ଗଞ୍ଜାମ, କୋରାପୁଟ, ମୟୁରଭଞ୍ଜ, ମାଲକାନଗିରି, ନୟାଗଡ, ପୁରୀ ଏବଂ ରାଉଲକେଲା ପୋଲିସ ଜିଲ୍ଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.