Home ଓଡ଼ିଶା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପର୍ଯ୍ୟାୟ-୧ ଏପ୍ରିଲରୁ ଜୁନ୍‌ ୨୦୨୦, ରାଜ୍ୟ ଓ କେନ୍ଦ୍ର...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପର୍ଯ୍ୟାୟ-୧ ଏପ୍ରିଲରୁ ଜୁନ୍‌ ୨୦୨୦, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଦିଆଯାଇଥିବା ଖାଦ୍ୟଶସ୍ୟର ୯୩.୫ ଶତାଂଶ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି

232

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଭାରତୀୟ ଖାଦ୍ୟ ନିଗମ ବା ଏଫ୍‌ସିଆଇ ପକ୍ଷରୁ ଉପଲବ୍‌ଧ ତଥ୍ୟ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଳିତବର୍ଷ ଏପ୍ରିଲରୁ ଜୁନ୍‌ ୩ ମାସ ମଧ୍ୟରେ ବିଭିନ୍ନ କେନ୍ଦ୍ରୀୟ ଭଣ୍ଡାରରୁ ପ୍ରଥମ ପର୍ଯ୍ୟାୟରେ ଯେଉଁ ଖାଦ୍ୟଶସ୍ୟ ଉଠାଇଥିଲେ ସେଥିମଧ୍ୟରୁ ୯୩-୫ ଶତାଂଶ ଖାଦ୍ୟଶସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ଏହି ୩ ମାସ ମଧ୍ୟରେ ସଂପୃକ୍ତ ରାଜ୍ୟଗୁଡିକ ଏଫ୍‌ସିଆଇର ବିଭିନ୍ନ ଡିପୋ ଏବଂ କେନ୍ଦ୍ରୀୟ ଭଣ୍ଡାରରୁ ୧୧୮ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉଠାଇଥିଲେ। ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଉଠାଣର ଏହା ୯୯ ଶତାଂଶ। କରୋନା ମହାମାରୀ ସମୟରେ ଏହି ଖାଦ୍ୟଶସ୍ୟ ସଂପୃକ୍ତ ହିତାଧିକାରୀଙ୍କୁ ଅତିରିକ୍ତଭାବେ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି। ଆବଣ୍ଟିତ ଏହି ଖାଦ୍ୟଶସ୍ୟର ପରିମାଣ ୧୧୧.୫୨ ଲକ୍ଷ ମେଟ୍ରିକ ଟନ। ଏଫ୍‌ସିଆଇ ତଥ୍ୟ ଅନୁସାରେ ଏପ୍ରିଲ ଓ ମେ ମାସରେ ୩୭-୫ ଲକ୍ଷ ମେଟ୍ରିକ ଟନ ଲେଖାଏଁ ବା ୮୪ ଶତାଂଶ ଖାଦ୍ୟଶସ୍ୟ ଆବଣ୍ଟିତ ହୋଇଥିଲା। ଏହି ଦୁଇ ମାସରେ ମାସିକ ଭିତ୍ତିରେ ପ୍ରାୟ ୭୫ କୋଟି ଲେଖାଏଁ ହିତାଧିକାରୀ ଏହା ପାଇଥିଲେ। ସେହିଭଳି ଜୁନ୍‌ ମାସରେ ୭୩ କୋଟି ହିତାଧିକାରୀଙ୍କୁ ୩୬.୫୪ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଛି ଏବଂ ଏହା ଉଠାଯାଇଥିବା ଖାଦ୍ୟଶସ୍ୟର ୯୨ ଶତାଂଶ।

ଏହା ପୂର୍ବରୁ ମାର୍ଚ୍ଚ ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା ପରେ ଦୁର୍ଦ୍ଦଶାଗତ ଗରିବ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲା ଏବଂ ଏହା ଏପ୍ରିଲ, ମେ ଏବଂ ଜୁନ୍‌ ମାସ ପାଇଁ ଉଦ୍ଦିଷ୍ଟ ଥିଲା। ଯୋଜନାର ଲକ୍ଷ୍ୟ ଥିଲା ଲକ୍‌ ଡାଉନ ଘୋଷଣା ପରେ କାମଧନ୍ଦା ବନ୍ଦ ଥିବାରୁ ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଯୋଗାଇବା। ଏହି ସ୍ୱତନ୍ତ୍ର ଯୋଜନାରେ ୮୧ କୋଟି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କୁ ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ସ୍ୱତନ୍ତ୍ରଭାବେ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେବା। ମାସକୁ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ ଓ ଗହମ ଏହି ହିତାଧିକାରୀମାନେ ସେମାନଙ୍କ ନିୟମିତ କୋଟା ବାହାରେ ମାଗଣାରେ ପାଇଥିଲେ। ୨୦୨୦ ମାର୍ଚ୍ଚ ୩୦ରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସେମାନଙ୍କ କୋଟା ବାବଦରେ ମାସିକ ୪୦ ମେଟ୍ରିକକ ଟନ ହିସାବରେ ୩ ମାସ ପାଇଁ ୧୨୧ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ଅବଗତ କରାଯାଇଥିଲା। ନିଜର ଆବଶ୍ୟକତା ଅନୁସାରେ ଏହି ଖାଦ୍ୟଶସ୍ୟ ଏଫ୍‌ସିଆଇ ଗୋଦାମ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଭଣ୍ଡାରରୁ ଏପ୍ରିଲ-ଜୁନ୍‌ ମାସ ପାଇଁ ୩ ମାସ ନିମନ୍ତେ ଉଠାଇବାକୁ ପରାମର୍ଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.