Home ଓଡ଼ିଶା ଓଡିଶା ପୋଲିସ ପକ୍ଷରୁ – କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ “ସମୁହ ନିରବ ପ୍ରାର୍ଥନା...

ଓଡିଶା ପୋଲିସ ପକ୍ଷରୁ – କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ “ସମୁହ ନିରବ ପ୍ରାର୍ଥନା ଓ ଶପଥ ପାଠ”

89

ଭୁବନେଶ୍ୱର ୬-୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ “କୋଭିଡ୍-୧୯” ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟବ୍ୟାପୀ “ସମୁହ ନିରବ ପ୍ରାର୍ଥନା ଓ ଶପଥ ପାଠ” ପରିପ୍ରେକ୍ଷୀରେ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌ର ୪୦୦ ରୁ ଉର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ମାନେ ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆ ଠାରେ ଏକତ୍ରିତ ହୋଇ ସମୁହ ନିରବ ପ୍ରାର୍ଥନା ଓ ଶପଥ ପାଠ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ରାଜ୍ୟ ପୋଲିସର ପାଇପ ବ୍ୟାଣ୍ତ ଦଳ ମଧ୍ୟ ଏଥିରେ ସାମିଲ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ, ଅତିରିକ୍ତ ଡିଜି ଶ୍ରୀ ବିନୟତୋଷ ମିଶ୍ର, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ-ଜି ଶ୍ରୀମତୀ ରେଖା ଲୋହାନୀ, ଶ୍ରୀ ଯତିନ୍ଦ୍ର କୋଏଲ, ଅମିତେନ୍ଦ୍ର ନାଥ ସିହ୍ନା, ପ୍ରବୀଣ କୁମାର, ଏ-ଆଇ-ଜି ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଏ-ଆଇ-ଜି, ସଂସ୍ଥା ଅଧିକାରୀ, ଉପ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ମାନ ପ୍ରଦର୍ଶନ କରିଥିଲେ।ଏ-ଆଇ-ଜି ବାଳକୃଷ୍ଣ ହୋତା, ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ କୋଭିଡ୍ ସଂଗ୍ରାମରେ ସାମିଲ ହୋଇ ପ୍ରାଣବଳୀ ଦେଇଥିବା ୬ ଜଣ ପୋଲିସ କରୋନା ଯୋଦ୍ଧାଙ୍କ ନାମ ପାଠ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପ୍ରାଣବଳୀ ଦେଇଥିବା ଏହି ଯୋଦ୍ଧାମାନେ ହେଲେ ଗଂଜାମ ଜିଲ୍ଲା ଭଞ୍ଜନଗର କୋର୍ଟର ଏ-ଏସ୍-ଆଇ ରବିନାରାୟଣ ବେହେରା, ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନାର ଏ-ଏସ୍-ଆଇ ଶିବରାମ ଦାସ, ବ୍ରହ୍ମପୁର ପୋଲିସ ଜିଲ୍ଲାର ଏ-ଏସ୍, ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଗଂଜାମ ଜିଲ୍ଲା ଆସ୍କା ଥାନାର କନେଷ୍ଟବଳ ଗୋଲକ ନାୟକ, ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ସତ୍ୟ ରଂଜନ ସେଠୀ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାର କାର୍ଯ୍ୟରତ ହୋମଗାର୍ଡ ଏସ୍- ନରସିଂହ ଦାସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.