Home ଓଡ଼ିଶା ପରକିୟା ପ୍ରୀତିକୁ ନେଇ ନିଜ ଜନ୍ମ କଲା ଝିଅକୁ ହତ୍ୟା କଲା ମା’, ଶବ ନେଇ...

ପରକିୟା ପ୍ରୀତିକୁ ନେଇ ନିଜ ଜନ୍ମ କଲା ଝିଅକୁ ହତ୍ୟା କଲା ମା’, ଶବ ନେଇ ଥାନାରେ ପହଁଚିଲା ବାପା

655

ବଲାଙ୍ଗୀର ୭-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସହର ଠିକାଦାର ପଡ଼ା ନିବାସୀ ପ୍ରସନ୍ନ ବାଗ ନାମକ ଜଣେ ବ୍ୟକ୍ତି ବଲାଙ୍ଗୀର ଟାଉନ ଥାନାରେ ପହଞ୍ଚି ତାଙ୍କର ତିନି ବର୍ଷର ଝିଅ ସୋମ୍ୟାକୁ ତା’ ସ୍ତ୍ରୀ ହତ୍ୟା କରିଦେଲା ବୋଲି ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଗତ ସୋମବାର ସନ୍ଧ୍ୟାରୁ ସୋମ୍ୟା ନିଖୋଜ ହୋଇଯାଇଥିଲା।

ଆଜି ମଙ୍ଗଳବାର ସକାଳୁ ସ୍ଥାନୀୟ ତାଲପାଲିପଡା ପୋଖରୀରେ ଏକ ଝିଅର ଶବ ଭାସୁଥିବା ସ୍ଥାନୀୟ ଜନସାଧାରଣ ଦେଖିଥିବା ବେଳେ ତାହା ସୋମ୍ୟାର ଶବ ବୋଲି ଜାଣିବାକୁ ପାଇ ତା’ର ପିତା ପ୍ରସନ୍ନ ସେ ତାଙ୍କ ଝିଅର ବୋଲି ଜାଣିବାକୁ ପାଇଥିଲେ। ମୃତ ଝିଅର ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ଶବକୁ ତା’ର ପିତା ପ୍ରସନ୍ନ ନିଜେ ନେଇ ବଲାଙ୍ଗୀର ଟାଉନ ଥାନାରେ ପହଞ୍ଚି ତାଙ୍କ ସ୍ତ୍ରୀ ମାରିଦେଇ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରୁ ପ୍ରସନ୍ନ ଙ୍କ ସ୍ତ୍ରୀ ସତ୍ୟା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପରକ୍ରିୟା ପ୍ରୀତି କରି ଫେରାର ହୋଇଯାଇଥିଲେ। ଗତ ମଙ୍ଗଳବାର ପ୍ରସନ୍ନଙ୍କ ସ୍ତ୍ରୀ ସତ୍ୟା ତାଙ୍କର ଘରକୁ ସେ ନ ଥିବା ବେଳେ ଆସି ସୋମ୍ୟା ତାଙ୍କର ସାନ ଝିଅକୁ ନିଜ ସହ ନେଇ ଚାଲିଯାଇଥିଲେ। ତେବେ ସେ ଓ ତାଙ୍କ ପ୍ରେମିକ ସହ ଉଭୟ ମିଶି ତାକୁ ହତ୍ୟା କରିଦେଇଛନ୍ତି ବୋଲି ପ୍ରସନ୍ନ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ସତ୍ୟାକୁ ଥାନା ରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.