Home କନ୍ଧମାଳ କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି: କନ୍ଧମାଳ କଂଗ୍ରେସ କମିଟିର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର...

କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି: କନ୍ଧମାଳ କଂଗ୍ରେସ କମିଟିର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

97

କନ୍ଧମାଳ, ୧୧/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କରୋନା ମହାମାରୀରେ ମାସ୍କ ଓ ଅନ୍ୟାନ୍ୟ ଜିନିଷ କିଣାରେ ମହାଦୁର୍ନୀତି ହୋଇଛି। ରାଜ୍ୟ ସରକାର ଏଭଳି ମହାଦୁର୍ନୀତି କରିଥିବା ଅଭିଯୋଗ କରିଛି କଂଗ୍ରେସ। ଏହାର ସିବିଆଇ ତଦନ୍ତ ଦାବି କରି ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଫୁଲବାଣୀର ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ବରିଷ୍ଠ ନେତା ତଥା କରୋନା ମୁକାବିଲା ଦଳର ଆବାହକ ଅନାମ ନାୟକ, ହେମନ୍ତ କୁମାର କର, ବିଜୟ କୁମାର ମହାନ୍ତି, ସନ୍ତୋଷ କୁମାର ପଟ୍ଟନାୟକ, ପିତାମ୍ବର ସାହୁ, ଯୁବନେତା ମନୋଜ କୁମାର ଆଚାର୍ଯ୍ୟ ଏବଂ ଏଆଇସିସି ସଭ୍ୟ ଘନକୁମାର ଶବରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟ ସରକାରଙ୍କ ବିରୋଧରେ ନେତା ଓ କାର୍ଯ୍ୟକ୍ରତା ବିଭିନ୍ନ ସ୍ଳୋଗାନ ଦେଇଥିଲେ। ‌ଶେଷରେ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଡା-ବୃନ୍ଦା ଡିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସଂଜୟ କୁମାର ଭଞ୍ଜ, ଭିକାରୀ ପାଣିଗ୍ରାହୀ, ବଳଦେବ ବେହେରା, ଗୌରଚରଣ ବେହେରା, ସୂର୍ଯ୍ୟକାନ୍ତ ଦାସ, ଶିବଶଙ୍କର ବେହେରା, ହିମାଳୟ ତ୍ରିପାଠୀଙ୍କ ସମେତ ବହୁ ନେତା ଓ କର୍ମୀ ସାମାଜିକ ଦୂରତା ରକ୍ଷା ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.