Home ଓଡ଼ିଶା ରଜ ଆଣି ପାରେ ଗୋଷ୍ଠୀ ସଂକ୍ରମଣ

ରଜ ଆଣି ପାରେ ଗୋଷ୍ଠୀ ସଂକ୍ରମଣ

117

ବାହାନଗା, ୧୨ା୬(ଭାରତୀ ଦାସ / ଓଡ଼ିଆ ପୁଅ) : କରୋନା ମହାମାରୀରେ ବିଶ୍ୱ ଆତଙ୍କ ହୋଇ ପଡ଼ିଥିବା ବେଳେ ଭାରତ ଓ ଓଡ଼ିଶାରେ ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି । ରାଜ୍ୟ ସରକାର ବିଭିନ୍ନ ସତର୍କ ମୂଳକ ପଦକ୍ଷେପ ନେଇ ଥିଲେ ସୁଦ୍ଧା ଲୋକେ ଏହାର ବ୍ୟତିକ୍ରମ କରି ଅମାନିଆ ହେଉଛଉନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ବଜାର ମାନଙ୍କରେ । ରଜ ପର୍ବ ପାଇଁ ବଜାର ଚଳ ଚଞ୍ଚଳ ହେବା ସହ ରହୁ ନାହିଁ ସାମାଜିକ ଦୁରତ୍ୱ । ଗ୍ରାମାଞ୍ଚଳ ବଜାର ମାନଙ୍କରେ ରଜ ପାଇଁ ଲାଗି ରହିଛି ଭିଡ଼ । ବୁଢା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ରଜର ସଜ ପାଇଁ ବ୍ୟସ୍ତ । ରଖୁ ନାହାନ୍ତି ସାମାଜିକ ଦୁରତ୍ୱ କି ଅଧିକାଂଶ ମୁହଁରେ ନାହିଁ ମାସ୍କ । ବାହାନଗା ବ୍ଲକରେ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରେ ଥିବା ଶହଶହ ପ୍ରବାସୀଙ୍କର ସ୍ୱାବ ଟେଷ୍ଟ କରା ନଯାଇ ଅବଧି ପୁରିବା ପରେ ଘରକୁ ପଠାଇ ଦିଆଯାଇଛି । ସେଥି ମଧ୍ୟରୁ କାହାରବି ଥାଇପାରେ କୋଭିଡ଼ ଭୂତାଣୁ । ଯାହାକି ସେମାନଙ୍କ ସହ ନିଜ ପରିବାର ଲୋକେ ମଧ୍ୟ ବଜାରକୁ ଆସୁଛନ୍ତି ନିଜର ରଜ ସଉଦା ପାଇଁ । ସେଥି ମଧ୍ୟରୁ କାହା ଠାରୁ ବ୍ୟାପି ପାରେ ଭୂତାଣୁ । ଫଳରେ ଏହା ଗୋଷ୍ଠୀ ସଂକ୍ରମଣର ଲକ୍ଷଣ । ତେଣୁ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଅଧିକ କଡ଼ାକଡ଼ି କରା ଯିବା ପାଇଁ ସାଧାରଣରେ ଆଲୋଚନା ହେଉଥିବାର ଜଣାପଡ଼ିଛି । ଏହି ପ୍ରକାର ବଜାରରେ ଅଧିକ ୨ଦିନ ଭିଡ଼ ହେଲେ ରଜ ଗୋଷ୍ଠୀ ସଂକ୍ରମଣ ଆଣିବାକୁ ଏଡ଼ାଇ ଦିଆ ଯାଇ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.