Home ଜିଲ୍ଲା ପରିକ୍ରମା ମରଣାନ୍ତକ ଆକ୍ରମଣ ଘଟଣାରେ ମାମଲା ରୁଜ୍ଜୁ କରି ହାତ ବାନ୍ଧି ବସିଛି ପୁଲିସ

ମରଣାନ୍ତକ ଆକ୍ରମଣ ଘଟଣାରେ ମାମଲା ରୁଜ୍ଜୁ କରି ହାତ ବାନ୍ଧି ବସିଛି ପୁଲିସ

128

ପାଣିକୋଇଲି, ୧୨ା୬ (ଓଡ଼ିଆ ପୁଅ/ଭାସ୍କର ସାହୁ) : କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ସୁକାନ୍ତ ନାୟକ ଓ ତାଙ୍କ ପୁଅ ସୌମ୍ୟଙ୍କୁ ତାଙ୍କ ଗ୍ରାମର ଶ୍ୟାମସୁନ୍ଦର ବାରିକ, ସିପୁନ ବାରିକ, ଲିପୁନ ବାରିକ ଓ ଗୀତା ବାରିକ ମିଳିତଭାବେ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୁଲିସ କେବଳ ମାମଲା ରୁଜ୍ଜୁ କରି ହାତବାନ୍ଧି ବସିଛି। ଗତ ମଇ ୧୩ ତାରିଖରୁ ଘଟଣା ଘଟିଥିଲେ ହେଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାତ ଦୂରର କଥା ମାମଲାର ତଦନ୍ତ ମଧ୍ୟ କରୁନାହିଁ। ଫଳରେ ନିଜ ଜୀବନ ଓ ପରିବାର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଯାଜପୁର ଏସପିଙ୍କୁ ଭେଟିବାକୁ ଆସିଥିଲେ ସୁକାନ୍ତ। କରୋନା ମହାମାରୀ ଯୋଗୁ ଅଭିଯୋଗ ଶୁଣାଣୀ ହେଉନଥିବାରୁ ସୁକାନ୍ତଙ୍କୁ ଯାଜପୁରରୋଡ ଏସଡିପିଓ ଅଫିସକୁ ପଠାଯାଇଥିଲା। ଘଟଣାର ସମସ୍ତ ବିଷୟ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁଆଖିଆ ଥାନାକୁ ତାଗିତ କରିଛନ୍ତି ଏସଡିପିଓ ଚିନ୍ମୟ ନାୟକ। ପ୍ରକାଶଯେ ଗତ ମଇ ୧୩ ତାରିଖ ସୁକାନ୍ତଙ୍କ ଘର ନିକଟରେ ଥିବା ଏକ ସରକାରୀ ନଳକୂପରେ ସୌମ୍ୟ ଗାଧୋଉଥିଲା। ଏହି ସମୟରେ ଶ୍ୟାମସୁନ୍ଦର ସହିତ ତାର ବଚସା ହୋଇଥିଲା। ଏନେଇ ସୁକାନ୍ତ ଶ୍ୟାମସୁନ୍ଦରଙ୍କୁ ପଚାରିବାରୁ ଶ୍ୟାମସୁନ୍ଦର ପରିବାର ମିଳିତଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ସୁକାନ୍ତ ଓ ପୁଅ ସୌମ୍ୟ ଗରୁତର ଆହତ ହୋଇ ମଧୁବନ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଏନେଇ ସୁକାନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେବଳ ଏକ ମାମଲା ରୁଜ୍ଜୁ କରି ଚୁପଚାପ ବସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.