Home ଓଡ଼ିଶା ବଜରଙ୍ଗ ଦଳ ଗାଈ ବୋଝେଇ ମିନିଟ୍ରକ୍ ଥାନାରେ ଜିମା ଦେଲେ    

ବଜରଙ୍ଗ ଦଳ ଗାଈ ବୋଝେଇ ମିନିଟ୍ରକ୍ ଥାନାରେ ଜିମା ଦେଲେ    

84

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟରେ ତାଲା ବନ୍ଦ ଚାଲିଥିବା ବେଳେ ତାର ଫାଇଦା ଉଠାଇ ଚାଲିଛନ୍ତି ଗୋ ଚାଲାଣକାରୀ ମାନେ । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ଅଂଚଳ । ପ୍ରତିଦିନ ଶହ ଶହ ଗୋରୁ ରଣପୁର ଅଂଚଳରୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ଅଂଚଳକୁ ଚାଲାଣ ହୋଇଥାନ୍ତି । ଯାହାକୁ ନେଇ ବଜରଙ୍ଗ ଦଳର ଯୁବକ ମାନେ ଘୋର ଉଦ୍‌ବେଗ ପ୍ରକାଶ କରୁଛନ୍ତି । ମେ ୧୦ ତାରିଖ ସକାଳୁ ବଜରଙ୍ଗ ଦଳ ଯୁବକ ମାନେ ଖବର ପାଇଲେ ଯେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପାମ୍ପଡା ଗ୍ରାମରୁ ୫ ଗୋଟି ଗାଈ ଏକ ମିନିଟ୍ରକ୍ ଯୋଗେ ଚାଲାଣ ହେଉଛନ୍ତି ।


ଯାହାକୁ ନେଇ ବଜରଙ୍ଗ ଦଳ ର ସତ୍ୟ ସାହିଲ୍ ମହାପାତ୍ର ,ଅବିନାଶ ପ୍ରଧାନ ,ସନାତନ ରଣା , ଅବକାଶ ପ୍ରଧାନ ,କାହ୍ନୁ ଚରଣ ବେହେରା , ପ୍ରମୋଦ ମହାରଣା ଓ ରାଜେଶ୍ ସିଂ ପାମ୍ପଡା ଗ୍ରାମରେ ପହଂଚି ଗାଈ ବୋଝେଇ ମିନିଟ୍ରକ୍ ଙଜ ୦୨ ଈଢ ୩୯୦୧ କୁ ଅଟକାଇ ଥିଲେ । ୫ ଗୋଟି ଗାଈ ସହ ଡ୍ରାଇଭର୍ କୁ ଅଟକ ରଖି ରଣପୁର ଥାନାରେ ପୋଲିସ୍ ଜିମା ଦେଇଥିଲେ । ରଣପୁର ଥାନା ସବ୍ ଇନିସ୍ ପେକ୍ଟର୍ ପ୍ରିତି ପ୍ରକାଶ ମହାନ୍ତି ଙ୍କ ସୂଚନା ଅନୁଯାୟୀ ଡ୍ରାଇଭର୍ କୁ ମେ ୧୧ ତାରିଖରେ କୋର୍ଟ୍ ଚାଲାଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.