Home ଜିଲ୍ଲା ପରିକ୍ରମା ବହୁ ଚର୍ଚ୍ଚିତ ରାଜମୁକୁନ୍ଦପୁର ହତ୍ୟାକାଣ୍ଡର ଦୁଇ ଅପରାଧୀ ଭୁବନେଶ୍ୱରରୁ ଗିରଫ

ବହୁ ଚର୍ଚ୍ଚିତ ରାଜମୁକୁନ୍ଦପୁର ହତ୍ୟାକାଣ୍ଡର ଦୁଇ ଅପରାଧୀ ଭୁବନେଶ୍ୱରରୁ ଗିରଫ

51

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ରାଜମୁକୁନ୍ଦପୁର ସଂଜିତ ବେହେରା ହତ୍ୟାକାଣ୍ଡର ଫେରାର ଦୁଇ ଅପରାଧୀଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଭୁବନେଶ୍ୱରରୁ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୭ ତାରିଖ ଦିନ ପୂର୍ବ ବିବାଦକୁ ନେଇ ସଂଜିତ ବେହେରାଙ୍କ ପରିବାର ଓ ଅପରପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ଅପରପକ୍ଷର ପ୍ରାୟ ୧୩ ଜଣ ଅଭିଯୁକ୍ତ ସଂଜିତ୍‌ଙ୍କୁ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ପିଟି ପିଟି ହତ୍ୟା କରିଥିଲେ । ଗତ ମାର୍ଚ୍ଚ ମାସ ୨୨ ତାରିଖରେ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାଜମୁକୁନ୍ଦପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିଲା । ତେବେ ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୧୩୭/୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଇପିସି ଧାରା ୩୦୨ ଓ ୩୪ ଭଳି ଦୁଇଟି ସାଙ୍ଘାତିକ ଦଫା ଲାଗିଥିବାବେଳେ ଅପରାଧୀ ଦୁଇଜଣ ଫେରାର ଥିଲେ । ଏହି ହତ୍ୟାକାଣ୍ଡରେ ଦୁଇ ଅପରାଧୀ ସୁପନା ବେହେରା ଓ ପପୁଆ ବେହେରା ଭୁବନେଶ୍ୱରରେ ଗୋପନରେ ରହିଆସୁଥିଲେ । ତେବେ ଏ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଆଉ ଆଜି ନିଜେ ଥାନାଧିକାରୀ ଶ୍ରୀ ଜେନାଙ୍କ ସଠିକ୍ ଗୁଟି ଚାଳନାରେ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ଭୁବନେଶ୍ୱରରୁ ଉଭୟ ଅପରାଧୀଙ୍କୁ ଗିରଫ କରି ଥାନାଧିକାରୀ ଶ୍ରୀ ଜେନା ଭଦ୍ରକରେ ପହଞ୍ôଚଥିଲେ । ପ୍ରଥମେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରି ଉଭୟ ସୁପନା ଓ ପପୁଆଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.