Home ଜିଲ୍ଲା ପରିକ୍ରମା ଗ୍ୟାସ୍ ଚୁଲାରୁ ନିଆଁ ଲାଗି ଗୁରୁତର ସ୍ୱାମୀ-ସ୍ତ୍ରୀଙ୍କୁ କଟକ ସ୍ଥାନାନ୍ତରିତ

ଗ୍ୟାସ୍ ଚୁଲାରୁ ନିଆଁ ଲାଗି ଗୁରୁତର ସ୍ୱାମୀ-ସ୍ତ୍ରୀଙ୍କୁ କଟକ ସ୍ଥାନାନ୍ତରିତ

43

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ୟାସ୍ ଚୁଲାରେ ନିଆଁ ଲାଗି ଗୁରୁତର ହୋଇଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଆଜି କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ କଣ୍ଡିଆସାହି ଗ୍ରାମରେ । ବିଳମ୍ବିତ ରାତିରେ ସ୍ତ୍ରୀ ମିନତୀ ଧଳ ଗ୍ୟାସ୍ ଚୁଲାରେ ରୋଷେଇ କରୁଥିବାବେଳେ ହଠାତ୍ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ସ୍ୱାମୀ ବିଜୟ ସ୍ତ୍ରୀକୁ ପୋଡିଯାଉଥିବାର ଦେଖି ନିଆଁ ଲିଭାଇବାକୁ ଉଦ୍ୟମ କରି ସେ ମଧ୍ୟ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ସ୍ତ୍ରୀ ୯୦ ଭାଗ ପୋଡିଯାଇଥିବାବେଳେ ସ୍ୱାମୀଙ୍କର ଦୁଇଟି ହାତ ପୋଡିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.