Home ଜିଲ୍ଲା ପରିକ୍ରମା କମଳାକାନ୍ତ ଲେଙ୍କା ହେଲେ ବିଜେଡି ଜିଲା ସମ୍ପାଦକ

କମଳାକାନ୍ତ ଲେଙ୍କା ହେଲେ ବିଜେଡି ଜିଲା ସମ୍ପାଦକ

32

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କନାଟିଆ ଗ୍ରାମର ଯୁବନେତା କମଳାକାନ୍ତ ଲେଙ୍କାଙ୍କୁ ବିଜେଡି ଜିଲା ସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ କମଳାକାନ୍ତଙ୍କୁ ଜିଲା ସମ୍ପାଦକ ଭାବେ ମନୋନୀତ କରି ରାଜ୍ୟ ସଭାପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇବା ପରେ ଏହା ଅନୁମୋଦିତ ହୋଇଥିବା ଜଣାପଡିଛି । ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇ କମଳାକାନ୍ତ ନିଜକୁ ଜଣେ ଦକ୍ଷ ସଙ୍ଗଠକ ଭାବେ ପ୍ରତିପାଦନ କରିପାରିଛନ୍ତି । ସେଥିପାଇଁ ବିଜେଡି ପକ୍ଷରୁ ତାଙ୍କୁ ଏହି ପଦବୀ ପ୍ରଦାନ କରାଯାଇଛି । ମଙ୍ଗଳପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି କମଳାକାନ୍ତ କାର୍ଯ୍ୟ ତୁଲାଉଛନ୍ତି । ପଞ୍ଚାୟତର ଲୋକମାନଙ୍କ ସହିତ ରହି ବିଭିନ୍ନ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇଛନ୍ତି । ଜିଲା ସମ୍ପାଦକ ମନୋନୀତି ହେବା ପରେ କମଳାକାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.