Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ବିକ୍ଷୋଭ

52

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ଏହି ଅବସରରେ ବିଜେପି ନେତା ବୁଦ୍ଧଦେବ ଜେନାଙ୍କ ସଂଚାଳନରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଜିଲା ଉପସଭାପତି ଉଦୟ ନାରାୟଣ ମଲ୍ଲିକ, ଜିଲା ସାଧାରଣ ସମ୍ପାଦକ ମନୋରଂଜନ ମଲିକ, ରାଜ୍ୟ ସାଂସ୍କୃତି ସେଲ୍ ଅଧ୍ୟକ୍ଷ ପଞ୍ଚାନନ ନାୟକ, ବିଜେପି ନେତା ରଘୁନାଥ ପାତ୍ର, ଦୁର୍ଗା ଚରଣ ନାୟକ, ସୀତାକାନ୍ତ ନାୟକ, ସୁଧାଂଶୁ ପାଣିଗ୍ରାହୀ, ଦେବେନ୍ଦ୍ର ପୁହାଣ, ଶୁକଦେବ ମଳିକ, ମୁକ୍ତିକାନ୍ତ ନାୟକ, ପ୍ରଦୀପ କୁମାର ବଳ, ତପନ କୁମାର ପାଢ଼ୀ, ଉମାକାନ୍ତ ଦାସ, ସଂଜୀବ ବେହେରା, ପ୍ରମୋଦ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଓଡ଼ିଶାର ୨୭ଲକ୍ଷ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କେନ୍ଦ୍ରକୁ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ଲକ୍ଷ ୫୮ ହଜାର ଆବାସ ପ୍ରଦାନ କରିଛନ୍ତି।

ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଗୃହ ଯୋଗାଇ ଦେବା କଥା। ମାତ୍ର ତାହା ନକରି ରାଜ୍ୟ ସରକାର ଲୋକମାନଙ୍କ ମାଧ୍ୟମରେ ଅଭିଯୋଗ କରାଉଛନ୍ତି। ଯାହାଫଳରେ ଲୋକମାନଙ୍କର ନିଜ ନିଜ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବ। ଯେ ପର୍ଯ୍ୟନ୍ତ ନିରପେକ୍ଷ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ ନକରାଯାଇଛି ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ତାଲିକାରେ ଗୃହ ବଣ୍ଟନକୁ ସ୍ଥଗିତ ରଖନ୍ତୁ। ଯଦି କେହି ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ୁଛି ତେବେ ବିଜେପି ରାଜ୍ୟ ସାରା ଆନ୍ଦୋଳନ କରିବ। ଆଗାମୀ ୭ଦିନ ମଧ୍ୟରେ ସଠିକ ତାଲିକା ପ୍ରସ୍ତୁତ କରି ପ୍ରକାଶ କରିବାକୁ ବିଜେପି ନେତୃବୃନ୍ଦ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଶଶିକାନ୍ତ ବିଶ୍ୱାଳ, ଉଷାକାନ୍ତ ନାୟକ, ରାଜାରାମ ମହାକୁଡ଼, ଭରତ ଚନ୍ଦ୍ର ସାହୁ, ଅଜୟ ତ୍ରିପାଠୀ, ଅନାଦି ବାରିକ, କ୍ଷୀରସିନ୍ଧୁ ବାରିକ, ରବିନ୍ଦ୍ର ଶତପଥି, ରାମଚନ୍ଦ୍ର ନାୟକ, ସରୋଜ ନାୟକ, ଶରତ କୁମାର ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ଚକ୍ରଧର ଦାସ, ଦିପ୍ତୀମୟି ନାୟକ, କ୍ଷିରାବ୍ଧୀ ତନୟା ମଲିକ, ମାମିନା ଜେନା, ରୀତାଂଜଳି ଶତପଥି, ସମିତିସଭ୍ୟ ପୁଷ୍ପାଞ୍ଜଳି ବେହେରା, ଦେବେନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ଅଲୀଳପ୍ରଭା ରାଉଳ ପ୍ରମୁଖଙ୍କ ସମେତ ବହୁ ମହିଳା ଓ ପୁରୁଷ ବିଜେପି କର୍ମୀ ଯୋଗ ଦେଇଥିଲେ। ପ୍ରଥମେ ତିହିଡ଼ି ତହସିଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.