Home ଓଡ଼ିଶା କବିତା : ତୋ’ ପ୍ରେମରେ …

କବିତା : ତୋ’ ପ୍ରେମରେ …

278

ଯେତେବେଳେ ଦେଖା ହେଲୁ ଭୁବନେଶ୍ୱରରେ
ପରିପୂର୍ଣ ଥିଲୁ ତୁହି ପାଶ୍ଚାତ୍ୟ ସଭ୍ୟତାରେ ॥

ଗାଁ ଗହଳିରୁ ସିନା ମୋର ଜନ୍ମ
ଜାଣିଥିଲି କିନ୍ତୁ ମୁଁ ସଂସ୍କୃତି ଆଉ ଧର୍ମ ॥

କଥା ତୋର ଥିଲା ଅତି ଉନ୍ନତ
କେତେ ପିଲାଙ୍କୁ କରିଥିଲୁ ଆୟତ୍ ॥

ଯେଉଁ ଦିନ ପଡିଗଲି ତୋରି ମାୟାରେ
ମନ ଲାଗିଲାନି ମୋର ପାଠ ପଢ଼ାରେ ॥

ପ୍ରତିଦିନ ସନ୍ଧ୍ୟାରେ ଦେଖା ହଉଥିଲା
ଟିଫିନ ଖର୍ଚ୍ଚ ଟା ମୋତେ ବେଶି ବାଧୁଥିଲା ॥

ଚିକେନ୍ ରୋଲ୍, ମାଛ ବଲ୍ ସବୁ ଖାଉଥିଲୁ
ପଇସା ଦେବାକୁ କିନ୍ତୁ ଭୁଲିଯାଉଥିଲୁ ॥

ଧନୀ ଘର ପିଲା ପରି କଥା କହୁଥିଲୁ
ମୋ ଠାରୁ ଟଙ୍କା ନେଇ ଖର୍ଚ୍ଚ କରୁଥିଲୁ ॥

ତୋ ଖୁସି ପାଇଁ ସିନା ବ୍ୟୟ କରୁଥିଲି
ମୁଁ କିନ୍ତୁ ବେଳେ ବେଳେ ଚୁଡା ଖାଉଥିଲି ॥

ଯେତିକି ଟଙ୍କା ତୋ ପାଇଁ କରିଥିଲି ବ୍ୟୟ
ସେ କଥା ଭାବିଲା ବେଳକୁ ମୋର ମନ ଅଥୟ ॥

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.