Home ଆନ୍ତର୍ଜାତୀୟ କଫିର ଦାମ ୭୫ ଡଲାର

କଫିର ଦାମ ୭୫ ଡଲାର

268

ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆପଣମାନେ ଅନେକ ରେଷ୍ଟରାଣ୍ଟ କିମ୍ବା କାଫେରେ କଫି ପିଇଥିବେ ନିଶ୍ଚିତ। ଏହାଛଡା ବିଭିନ୍ନ ପ୍ରକାର କଫି ବିଷୟରେ ମଧ୍ୟ ଜାଣିଥିବେ। କିନ୍ତୁ ଏପରି ଏକ କାଫେ ରହିଛି, ଯେଉଁଠାରେ ଦୁନିଆର ସବୁଠାରୁ ମହଙ୍ଗା କଫି ଗ୍ରାହକଙ୍କୁ ମିଳିଥାଏ। ଏହି କାଫେର ନାମ ‘କ୍ଲଚ କଫି କାଫେ’। ଯେଉଁଠାରେ ଗୋଟେ କଫିର ଦାମ ୭୫ ଡଲାର (ପାଖାପାଖି ୫,୨୨୮.୨୫ଟ) ରହିଛି। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଲୋକେ ଏଠାକୁ ଯାଇ କଫି ପିଇବାକୁ ପସନ୍ଦ କରିଥାନ୍ତି।

ଏହି କଫିକୁ ‘ନ୍ୟାଚୁରାଲ ଗୀଶା ୮୦୩’ କୁହାଯାଏ। ଏହି କାଫେର ଶାଖା କେବଳ ସାନପ୍ରାନସିସକୋ ଏବଂ କାଲିଫର୍ଣ୍ଣିଆରେ ରହିଛି। କଫିର ଏପରି ଅଜବ ନାମ ନିଲାମ ସମୟରେ ପଡିଥିଲା। ନିକଟରେ ହୋଇଥିବା ନିଲାମୀରେ ପାଖାପାଖି ୪୫୦ଗ୍ରାମର କଫିକୁ ୮୦୩ ଡଲାର ଅର୍ଥାତ୍ ୫୬ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।  ତେବେ ଠାରୁ କାଫେର ନାମ ‘ନ୍ୟାଚୁରାଲ ଗୀଶା ୮୦୩’ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.