Home କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ୧୭ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଲା

ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ୧୭ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଲା

60

କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ବିଭିନ୍ନ ପଦ ନିମନ୍ତେ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ପଦବୀରେ ମନୋନୟନପତ୍ର ଦାଖଲ କରିଥିବା ପ୍ରାଥିୀଙ୍କ ମଧ୍ୟରୁ ୧୭ଜଣଙ୍କ ପ୍ରାଥିୀପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଭାନୁ ବରାଳ ସୂଚନା ଦେଇଛନ୍ତି। ସଭାପତି ପଦ ନିମନ୍ତେ ଆଶୁତୋଷ ମହାନ୍ତି, ବିଜୟକୃଷ୍ଣ ସାହୁ, ସରୋଜରାଜ ସିଂଙ୍କ ପ୍ରାଥିୀପତ୍ର କାଏମ ରହିଥିବା ବେଳେ ଉପସଭାପତି ପଦ ନିମନ୍ତେ ଜିତେନ୍ଦ୍ର କୁମାର ମହାନ୍ତି ଓ ସୁରେଶ ଚନ୍ଦ୍ର ନୟକ, ସମ୍ପାଦକ ପଦ ନିମନ୍ତେ ଦେବ କିଶୋର କର ଓ ସେକ ଅଜିମୁଦ୍ଦିନ, ଯୁଗ୍ମ ସମ୍ପାଦକ ନିମନ୍ତେ ମଂଟୁ ମଳିକ ଓ ପ୍ରଭାତରଞ୍ଜନ ପାଣ୍ଡେ, ଅତିରିକ୍ତ ଯୁଗ୍ମ ସମ୍ପାଦକ ତଥା ଭାରପ୍ରାପ୍ତ ଗ୍ରନ୍ଥାଗାରିକ ନିମନ୍ତେ ହରି ପ୍ରସାଦ କର ଓ ରେଣୁବାଳା ସାମଲ, କୋଷାଧ୍ୟକ୍ଷ ନିମନ୍ତେ ନିରାକାର ପ୍ରଧାନ ଓ ପ୍ରହଲ୍ଲାଦ ମାହାଳି, କାର୍ଯ୍ୟକାରୀ କମିଟି ସଦସ୍ୟ ନିମନ୍ତେ ଅଞ୍ଜନା ମହାନ୍ତି, ରୁକସାନା ଖାନମ, ମହେଶ୍ୱର ବେହେରା ଓ ନିରଞ୍ଜନ ବଳଙ୍କ ନାମ କାଏମ ରହିଥିବା ନିର୍ବାଚନ ଅଧିକାରୀ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.