Home କନ୍ଧମାଳ କନ୍ଧମାଳ ଜିଲ୍ଲାରେ ସରକାରି ମଡେିକାଲ କଲେଜ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକ ପତ୍ର

କନ୍ଧମାଳ ଜିଲ୍ଲାରେ ସରକାରି ମଡେିକାଲ କଲେଜ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକ ପତ୍ର

114

ବାଲିଗୁଡା, ୨୧/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -; କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଦାବିରେ ମୁଖ୍ୟମନ୍ତ୍ରୀଙ୍କଉଦ୍ଦେଷ୍ୟରେ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏଥି ନିମନ୍ତେ ବାଲିଗୁଡାର କଳ୍ପନା ଛକ ନିକଟରେ ସବୁ ବର୍ଗର ଲୋକେ ଉପସ୍ଥିତ ରହି ଏକ ବିଶାଳ ଶୋଭାଯାତ୍ରାରେ ବସଷ୍ଟାଣ୍ଡ.ବଜାର ଦେଇ ବ୍ଲକ କାର୍ଯ୍ୟଳୟକୁ ଯାଇଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବିଡିଓ ନରେଶ ଚନ୍ଦ୍ର ଶବରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶୟରେ ସ୍ମାରକ ପତ୍ର ଦିଆଯାଇଛି ଏଥିରେ ଉଲ୍ଲେଖ ଅଛି ଯେ। ବର୍ତ୍ତମାନ ସରକାର ଘୋଷଣା କରିଥିବା ୭୫ଗୋଟି ସରକାରୀ ମେଡିକାଲ କଲେଜ ମଧ୍ୟରୁ ଗୋଟିଏ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କନ୍ଧମାଲ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଆମେ କନ୍ଧମାଳ ଜିଲ୍ଲାର ଜନସାଧାରଣ ଦାବି କରିବା ସହ ଅନୁରୋଧ କରୁଛୁ।

ଆଜିର ଏହି ଶୋଭାଯାତ୍ରା ଓ ଦାବି ପ୍ରଦାନ ବେଳେ ବାଲିଗୁଡାର ବରିଷ୍ଠ ଆଇନଜୀବି କୌଶିକ ସାହୁ, ରାଜ କିଶୋର ପାଢୀ, ଭଗବାନ ଜେନା, ପ୍ରକାଶ ନାୟକ, ରବିନ୍ଦ୍ର କୁମାର ପଣ୍ଢା, ଭଗବତୀ ପ୍ରସାଦ ସାବତ, ପ୍ରମୋଦ ଦଣ୍ଡସେନ, ରବିନ୍ଦ୍ର କୁମାର ରଥ, ଜଗନ୍ନାଥ ସାହୁ, ବିଶ୍ୱଜିତ ଜେନା, ଅନ୍ତର୍ଯ୍ୟାମ ବେହେରା, ତପୁ ନାୟକ ଓ ଅଟୋ ଆସୋସିଏସନ, କ୍ଷଦ୍ର ବଣିକ ସଂଘ ଓ ଅନ୍ୟ ସମସ୍ତ ଅନୁଷ୍ଠାନ ପସ୍ଥିତ ଥିଲେ। ଯଦୀ ଆଗାମି ଦିନରେ ଏହି ସରକାର ଏହି ଦାବିକୁ ଗ୍ରହଣ ନ କରନ୍ତି ତେବେ ଜିଲ୍ଲାବାସୀଙ୍କ ତରଫରୁ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.