Home ଓଡ଼ିଶା ୧୯ତମ ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ୨୦୨୦ ଉଦ୍‌ଘାଟିତ ୩-୨ ଗୋଲ୍ ରେ ଭୁବନେଶ୍ୱର ୟୁନାଇଟେଡ୍...

୧୯ତମ ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ୨୦୨୦ ଉଦ୍‌ଘାଟିତ ୩-୨ ଗୋଲ୍ ରେ ଭୁବନେଶ୍ୱର ୟୁନାଇଟେଡ୍ କ୍ଲବ୍ ବିଜୟୀ

73

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୨-ନୟାଗଡ ଜିଲ୍ଲା ରାଜସୁନାଖଳା ଫ୍ରେଣ୍ଡ୍‌ସ୍ କ୍ଲବ୍ ତରଫରୁ ୧୯ ବର୍ଷ ହେଲା ଚାଲିଥିବା ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ୨୦୨୦ ଫେବୃୟାରୀ ୨୩ ତାରିଖରେ ରାଜସୁନାଖଳାଠାରେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ପ୍ରଥମ ଦିବସ ମ୍ୟାଚ୍‌ଟି ପାରଳା ରାଜା ଭଂଜନଗର କ୍ଲବ୍ ଓ ଜଗା ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜଗା ୟୁନାଇଟେଡ୍ ଭୁବନେଶ୍ୱର ୩-୦ ଗୋଲ୍‌ରେ ପାରଳା ରାଜା ଭଂଜନଗରକୁ ହରାଇଥିବା ଜଣା ପଡିଛି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱରର ଜନ୍ ଇବ୍ରାହିମ୍ ଟ୍ରଫି ଗ୍ରହଣ କରିଥିଲେ ।

ଉଦ୍‌ଘାଟନୀ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ରଣପୁର ଅତିରିକ୍ତ ତହସିଲ୍‌ଦାର ଅନୀଲ୍ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପ୍ରଧାନ, ଶୁଭଲକ୍ଷ୍ମୀ ରାଇସ୍ ମିଲ୍ ପରିଚାଳନା ନିର୍ଦ୍ଧେଶକ ସର୍ବେଶ୍ୱର ସାହୁ ଯୋଗ ଦେଇଥିଲେ । ମ୍ୟାଚ୍ ମୁଖ୍ୟ ପରିଚାଳକ ଭାବେ ଶିବ ଶଙ୍କର ପଣ୍ଡା, ଏମ୍‌.ଏସ୍‌.ବେଗ୍‌, ସହଯୋଗୀ ଭାବେ ରବିନ୍ଦ୍ର କୁମାର ରଣା,  ଲକ୍ଷ୍ମୀଧର ଚୌଧୁରୀ କାର୍ଯ୍ୟ କରିଥିଲେ । ଫ୍ରେଣ୍ଡ୍‌ସ୍ କ୍ଲବ୍‌ର କାର୍ଯ୍ୟକାରୀ ସଭାପତି ସଦାଶିବ ସାହୁ ଓ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ନାୟକ ମ୍ୟାଚ୍ କୁ ଶୃଙ୍ଖଳିତ କରିଥିଲେ । ସମାଜସେବୀ ଇଂ.ଦେବାଶିଷ ପଟ୍ଟନାୟକ, ଶଚ୍ଚିକାନ୍ତ ଷଡଙ୍ଗୀ ଓ ୱାହିଦ୍ ଖାଁ ବିଶେଷ ଭାବରେ ମ୍ୟାଚ୍ କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.