Home ଜିଲ୍ଲା ପରିକ୍ରମା କନିଷ୍ଠ ଶିକ୍ଷକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ବିଇଓଙ୍କୁ ଦାବିପତ୍ର

କନିଷ୍ଠ ଶିକ୍ଷକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ବିଇଓଙ୍କୁ ଦାବିପତ୍ର

148

ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଳକ ଶିକ୍ଷା ମଣ୍ଡଳ ଅଧିନରେ କାର୍ଯ୍ୟରତ ଶତାଧିକ କନିଷ୍ଠ ଶିକ୍ଷକ ବେତନ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ କୋରାଇ ବିଇଓ ସୁଶାନ୍ତ କୁମାର ଶତପଥିଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ୪ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ମାତ୍ର ୭ହଜାର ୪ଶହ ଟଙ୍କା ମାସିକ ବେତନରେ କାର୍ଯ୍ୟକରଉଛନ୍ତି । ଏତେ ସ୍ୱଳ୍ପ ଦରମାରେ ଘର ଠାରୁ ବାହାରେ ରହି ଶିକ୍ଷାଦାନ କରିବା କଷ୍ଟସାଧ୍ୟ େଉଛି । ଗୋଟିଏ ପଟେ ସରକାର ୫ଟି ଭଳି ଯୋଜନା କରି ଗୁଣାତ୍ମକ ଶିକ୍ଷାଦାନ କରିବାକୁ ଶିକ୍ଷକଙ୍କୁ କହୁଥିବା ବେଳେ ଶିକ୍ଷକଙ୍କ ଦରମାକୁ ନେଇ ଦାୟିତ୍ୱବାନ ହେଉନଥିବା ଅଭିଯୋଗ ହୋଇଛି । ବାରମ୍ବାର ଅନୁରୋଧ ସତ୍ୱେ ବିଭାଗୀୟ ମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି । ଯଦି ନଭେମ୍ବର ୨୦ ସୁଦ୍ଧା ଏହାର ସମାଧାନ କରାନଯାଏ ତାହେଲେ ସମସ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓଲ୍ଡାଇବେ ବୋଲି ସଙ୍ଘ ପକ୍ଷରୁ ଚେତାନୀ ଦିଆଯାଇଛି । କନିଷ୍ଠ ଶିକ୍ଷକ ସଙ୍ଘର ସଭାପତି ସୁଧାଶଙ୍କର ବିଶ୍ୱାଳ, ସମ୍ପାଦକ କିଶୋର କୁମାର ସାହୁ, ସରୋଜ ସାହୁ, ବସନ୍ତ ସାହୁ, କିରଣ ମହାନ୍ତି, ହରପ୍ରୀୟା ମହାରଣା, ଶୁଭମ ଧଳ, ସବ୍ୟସାଚୀ ରଥ,ଭରତ ସାହୁ, ଅମରେଶ ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.