Home ଅପରାଧ ପୁଲିସର ତଦନ୍ତ ଓ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଏସପିଙ୍କୁ ଭେଟିଲେ ପିଡିତା

ପୁଲିସର ତଦନ୍ତ ଓ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଏସପିଙ୍କୁ ଭେଟିଲେ ପିଡିତା

204

ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାରଙ୍କ ନୂଆ ନିୟମ ଅନୁଯାଇ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଯୌତୁକ ନିର୍ଯ୍ୟାତିତା ମହିଳା ଅଭିଯୋଗ ପରେ ପୁଲିସ ନ୍ୟାୟ ଦେବାତ ଦୂରର କଥା କେବଳ ମାମଲା ରୁଜ୍ଜୁ କରି ତଦନ୍ତ ନକରି ଚୁପଚାପ ହାତବାନ୍ଧି ବସିଥିବା ବେଳେ ପଚାରିଲେ ଓଲଟି ଖରାପ ବ୍ୟବହାର ପ୍ରଦର୍ଶନ କରୁଛି । ଯାହାକୁ ନେଇ ପିଡିତା ଆଜି ଏସପିଙ୍କୁ ଗୁହାରୀ କରି ନ୍ୟାୟ ଭିକ୍ଷା କରିବା ସହ ଡିଜି ପୁଲିସ, ମାନବିକ ଅଧିକାର କମିଶନର, ମହିଳା କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି । ପ୍ରକାଶଯେ ମଙ୍ଗଳପୁର ଥାନା ଅନ୍ତର୍ଗତ ମେରଡା କାଟିଆ ଛକର ସାବିନା ବିବି(୨୫) ପାଣିକୋଇଲି ଗ୍ରାମର ଲାଲ ଖାନଙ୍କ ପୁଅ ଇମ୍ରାନ ଇମାମ ଖାନକୁ ଗତ ୨୦୧୭ମସିହା ପେୃଆରୀ ୧୧ ତାରିଖ ମୁସଲିମ ରିତୀ ନିତୀରେ ବିବାହ କରିଥିଲା । ସ୍ୱାମୀ ସ୍ତ୍ରୀ ଓ ତାଙ୍କ ପରିବାର ମଧ୍ୟରେ ଭଲ ସର୍ମ୍ପକ ମଧ୍ୟ ଥିଲା । ହେଲେ ୨ମାସ ପରେ ଇମ୍ରାନ ତାର କର୍ମସ୍ଥଳୀ ସାଉଦି ଆରବ ଯାଇଥିଲେ । ସେତେବେଳକୁ ସାବିନା ୨ ମାସର ଗର୍ଭବତୀ ଥିଲେ । ହେଲେ ସ୍ୱାମୀ ବିଦେଶ ଯିବାର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ପରିବାରର ଶଶୁର, ଶାଶୁ, ଦିଅର ଓ ନଣନ୍ଦ ମିଶି ତାଙ୍କୁ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନ ଦେବା ଆରମ୍ଭ କଲେ । ନିର୍ଯ୍ୟାତନ ବଢି ଚାଲିବାରୁ ଓ ଜୀବନ ପ୍ରତି ବିପଦ ଥିବାରୁ ସାବିନା ୨୦୧୭ ଜୁଲାଇ ୧୨ ତାରିଖ ବାପଘରକୁ ପଳାଇଯାଇଥିଲେ । ପରେ ସ୍ୱାମୀ ବିଦେଶରୁ ଘରକୁ ଫେରି ସାବିନା ସହ କୌଣସି ସର୍ମ୍ପକ ରକ୍ଷା କରିନଥିଲେ । ସାବିନା ଯେତେ ସର୍ମ୍ପକ ଯୋଡିବାକୁ ଚେଷ୍ଟା କଲେ ମଧ୍ୟ ତାହା ବିଫଳ ହୋଇଥିଲା । କୌଣସି ଥଇଥାନ ବ୍ୟବସ୍ଥା ନହେବାରୁ ସେ ବାଧ୍ୟ ହୋଇ ମଙ୍ଗଳପୁର ଥାନାରେ ୨୦୧୯ ଜୁନ ୧୧ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଦଫା ୪୯୮(ଏ), ୩୨୩, ୨୯୪, ୫୦୬, ୩୪ ଆଇପିସି, ୪ଡିପି ଆକ୍ଟରେ ମାମଲା ରଜ୍ଜୁ କରି ହାତବାନ୍ଧି ବସିଲା । ମାମଲାର ତଦନ୍ତ ଆଗକୁ ନେଲେ ନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି । ଏମିତିକି ଯୌତୁକ ସାମଗ୍ରୀକୁ ଫେରାଇଲେ ନାହିଁ । ଏସର୍ମ୍ପକରେ ଥାନାରେ କହିବାରୁ ଓଲଟି ଗାଳିଗୁଲଜ କଲେ । ଏହା ମଧ୍ୟରେ ଇମ୍ରାନ ମଧ୍ୟ ଅନ୍ୟ ଏକ ପତ୍ନୀ ଗ୍ରହଣ କରିସାରିଲେନି । ଏନେଇ କୋରାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟନୁଷ୍ଠାନ ନେଲାନାହିଁ । ଶେଷରେ ସବୁଠୁ ନିରାଶ ହୋଇ ନାବାଳିକା ଝିଅକୁ ଧରି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ପିଡିତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.