Home କଟକ କଟକ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

କଟକ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

40

କଟକ, ୨୬/୮(ଓଡ଼ିଆ ପୁଅ /ଅଭୟ ଜେନା) କଟକ ମାଲଗୋଦାମରେ ଖାଦ୍ୟ ଯୋଗାଣ ବିଭାଗର ଚଢ଼ାଉ ହୋଇଛି। ବନ୍ୟା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ତିନିଜଣିଆ ଟିମ ମାଲଗୋଦାମର ହୋଲସେଲ ଏବଂ ରିଟେଲ ଦୋକାନ ଗୁଡିକରେ ଚଢ଼ାଉ କରିଛି। ପନିପରିବା ବ୍ୟତୀତ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କୌଣସି ଦର ବୃଦ୍ଧି ହୋଇନାହିଁ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ। ତେଣୁ ଏପରି ସ୍ଥଳେ ଖାଦ୍ୟ ସାମଗ୍ରୀକୁ ଉଚ୍ଚ ଦରରେ ବିକ୍ରି ଓ ଗଛିତ ରଖିବା ଦିଗରେ ଏହି ଯାଞ୍ଚ ଜାରି ରହିବ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.