Home ଜଗତସିଂହପୁର କଟକ ପାରାଦ୍ୱୀପ ରେଳପଥରେ ଟ୍ରେନ୍ ଚଳାଚଳରେ ଅହେତୁକ ବିଳମ୍ବ

କଟକ ପାରାଦ୍ୱୀପ ରେଳପଥରେ ଟ୍ରେନ୍ ଚଳାଚଳରେ ଅହେତୁକ ବିଳମ୍ବ

132

ଜଗତସିଂହପର, ୧୭/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): କଟକ ପାରାଦ୍ୱୀପ ରେଳପଥରେ ଚଳାଚଳ ପାଇଁ ପାସେଞ୍ଜର ଟ୍ରେନ୍‌ର ଅହେତୁକ ବିଳମ୍ବ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଟକ ଷ୍ଟେସନରୁ କିମ୍ବା ପାରାଦ୍ୱୀପରୁ ନିର୍ଦ୍ଧାରିତ ସମୟରେ ଛାଡିବା କିମ୍ବା ପହଁଚିବାରେ ଏହି ଟ୍ରେନ୍‌ସବୁର ବ୍ୟତିକ୍ରମ ଘଟୁଛି। ବିଶେଷକରି ୬୮୪୩୫, ୬୮୪୩୬ ମେମୁଟ୍ରେନ ଓ ୫୮୪୦୫, ୫୮୪୦୬ ପାସେଞ୍ଜର ଟ୍ରେନ୍ ଅଧିକାଂଶ ସମୟ ତାର ଗନ୍ତବ୍ୟ ସ୍ଥଳରେ ଦିନେ ଦିନେ ୧ଘଣ୍ଟାରୁ ୩ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ପହଁଚିଥାଏ। ପାରାଦ୍ୱୀପରୁ କଟକ ଯାତ୍ରା ସମୟରେ ଗୋରେଖନାଥ, ଗୁଆଳିପୁର, ରଘୁନାଥପୁର, ବଡଖଣ୍ଡାୟତ, କନ୍ଦରପୁର ଓ କେତେବେଳେ ମତ୍ତଗଜପୁର ଷ୍ଟେସନମାନଙ୍କରେ ପ୍ରାୟତଃ ୧୫ରୁ ୫୦ମିନିଟ୍ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍ ପଡି ରହିଥାଏ। କଟକରୁ ଦୂର ସ୍ଥାନକୁ ରିଜର୍ଭେସନ ଟିକଟରେ ଯାତ୍ରା କରିବାକୁ ଥିବା ଯାତ୍ରୀ ଏକ୍ସପ୍ରେସ ଟ୍ରେନକୁ ଧରିପାରନ୍ତି ନାହିଁ। ଟିକେଟ୍ କ୍ୟାନସେଲ୍ କରି କ୍ଷତି ସହିବା ସେହି ଯାତ୍ରୀଙ୍କ ପାଇଁ ସାର ହୁଏ। ସେହିପରି କଟକରୁ ପାରାଦ୍ୱୀପ କୌଣସି ଜରୁରି କାର୍ଯ୍ୟରେ ଆସୁଥିବା ଯାତ୍ରୀ ସଠିକ୍ ସମୟରେ ପାରାଦ୍ୱୀପରେ ପହଁଚି ତାଙ୍କର କାର୍ଯ୍ୟସ୍ଥଳିରେ ପହଁଚିପାରି ନଥାନ୍ତି। ସକାଳବେଳା ଏହିସବୁ ଷ୍ଟେସନମାନଙ୍କରୁ ନିୟମିତ ଅଫିସ ଯାଉଥିବା କର୍ମଚାରିମାନେ ମଧ୍ୟ ଠିକଣା ସମୟରେ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ପାରୁନଥିବା ପ୍ରକାଶ କରୁଛନ୍ତି।

ରେଳବାଇ କର୍ତ୍ତୃପକ୍ଷ ଏହି ରୁଟ୍‌ରେ ମାଲଗାଡିକୁ ଗୁରୁତ୍ୱ ଦେଇ ଛାଡି ଦେଉଥିବା ବେଳେ କଣ ପାଇଁ ପାସେଞ୍ଜର ଟ୍ରେନ୍‌କୁ ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ପକାଇ ରଖୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ଉପରୋକ୍ତ ଷ୍ଟେସନମାଷ୍ଟର ଏପରିକି କଟକ ରେଳଷ୍ଟେସନର ସୁପରିନ୍‌ଟେଣ୍ଡେଟ୍‌ଙ୍କ ସହିତ ଯାତ୍ରୀମାନଙ୍କର ବହୁବାର ବଚସା ହୋଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜିର୍ ରହିଛି। ତଥାପି ରେଳବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣାରେ ସୁଧାର ନଆଣି ନଜର ଅନ୍ଦାଜ କରିଚାଲିଛନ୍ତି। ଯେଉଁଥିପାଇଁ କି ରେଳଯାତ୍ରୀମାନଙ୍କୁ କଟକ ପାରାଦ୍ୱୀପ ରେଳପଥରେ ଯାତ୍ରକାଳୀନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଡିଆରଏମ୍ ଖୋର୍ଦ୍ଧା ଏବଂ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.