Home ଜଗତସିଂହପୁର ଜାତୀୟ ବିଚ୍ ଭଲିବଲରେ ଓଡିଶା ଖେଳାଳୀ ରନର୍ସ ଅଫ୍

ଜାତୀୟ ବିଚ୍ ଭଲିବଲରେ ଓଡିଶା ଖେଳାଳୀ ରନର୍ସ ଅଫ୍

71

ଜଗତସିଂହପର, ୧୭/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): ୬୫ ତମ ଜାତୀୟ ବିଚ୍ ଭଲିବଲ ଟୁର୍ଣ୍ଣାମେଣ୍ଟ୍‌ରେ ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଓଡିଶାର ଖେଳାଳୀ ରନର୍ସ ଅଫ୍ ହୋଇଛନ୍ତି। ତାମିଲନାଡୁର ନାଗାପାଟିନମ୍ ଠାରେ ଅନୁଷ୍ଠିତ ଏହି ଜାତୀୟ କ୍ରୀଡାରେ ଓଡିଶାରୁ ୩ଜଣ ବାଳକ ଓ ୩ଜଣ ବାଳିକା ଭାଗ ନେଇଥିଲେ।

ବାଳକ ଖେଳାଳୀ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ବାଳିକା ଖେଳାଳୀ ଗୁଜରାଟକୁ ୨-୦ ଗୋଲରେ ହରାଇ ଫାଇନାଲରେ ପହଁଚିଥିଲା। ତାମିଲାନାଡୁ ଠାରୁ ହାରିଯାଇ ଓଡିଶାର ବାଳିକା ଖେଳାଳୀ ରନର୍ସ ଅଫ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଟିମ୍ ମ୍ୟାନେଜର ରଶ୍ମିକାନ୍ତ ଦାସ ଓ ପୁରୁଷ କୋଚ୍ ପ୍ରଦୀପ୍ତ ନାୟକ (ଜଗତସିଂହପୁର), ମହିଳା କୋଚ୍ ରେଣୁବାଳା ପ୍ରଧାନ (କନ୍ଧମାଳ) ଓଡିଶା ଟିମ୍‌ର ନେତୃତ୍ୱ ନେଇ ଭଲ କ୍ରୀଡା ପ୍ରଦର୍ଶନ ପାଇଁ ଖେଳାଳୀଙ୍କୁ ଉତ୍ସହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.