Home କଟକ କଟକରେ ଆଠ ସାହି କ୍ରିକେଟ ପ୍ରିମିୟର ଲିଗ ଅନୁଷ୍ଠିତ

କଟକରେ ଆଠ ସାହି କ୍ରିକେଟ ପ୍ରିମିୟର ଲିଗ ଅନୁଷ୍ଠିତ

85

କଟକ, ୨୪/୨ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ସହରର ପ୍ରଥମ ଥର ଲାଗି ଆଠ ସାହି ପ୍ରିମିୟର ଲିଗ ମାଛୁଆ ବଜାର ମାତାମଠ ନିକଟରେ ଥିବା ବାଲି ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଆଠ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ସମୁଦାୟ ୧୪ ଟି ମ୍ୟାଚ ଖେଳା ଯାଇଥିଲା।

ଏହି ଆଠସାହି ମିଳିତ ଭାବେ ଖେଳୁଥିବା ବେଳେ ଏହାକୁ ୟେଙ୍ଗର୍ସ ମା ଭୁଆସୁଣୀ ମାଛୁଆ ବଜାର ଆୟୋଜନ କରିଥିଲେ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା।

ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ ଦ ମ୍ୟାଚ ଭାବେ ମାଛୁଆ ବଜାରର କାହ୍ନଉ, ବଣିଆ ସାହିର ପିଣ୍ଟୁ, ମଣିସାହୁ ଛକର କାଳିଆ, ରୋସନ କୁମ୍ଭାର ସାହିର ବାପି, ବେପାରୀ ସାହିର ବିଟୁ, ରୋନି, ଗୋପାଳ ମନୋନୀତ ହୋଇଥିଲେ। ଦ୍ୱିତୀୟ ପର୍ଯାୟରେ ସେମି ଫାଇନାଲରେ ମଣିସାହୁ ଛକର ମିଲୁ, ବେପାରୀ ସାହିର ସୁଜିତ ପହଞ୍ଚି ପାରିଥିଲେ। ତେବେ ମ୍ୟାନ ଅଫ ଦ ସିରିଜ ଭାବେ ରୋସନ ମଣିସାହୁ ଅଂଚଳର ପାଇଥିବେ ବେଳେ ଡିସିପ୍ଲିନ କପ କୁମ୍ଭାର ସାହି, ରନର୍ସ ଅଫ ମଣିସାହୁ ଛକ ଯୋଗ୍ୟ ବିବେଚିତ ହୋଉଥିବା ବେଳେ ଉଇନର ଟିମ ଭବେ ବେପାରୀ ସାହି ସମସ୍ତଙ୍କୁ ପଛରେ ପକାଇ ବାଜିମାତ କରିଥିଲା। ଏଥିରେ ମଣିସାହୁ ଛକ ଟିମ ୧୦୮ ରନ କରିଥିବା ବେଳେ ବେପାରୀ ସାହି ୧୧୧ ରନ କରି ବିଜୟର ଟୀକା ପିନ୍ଧିଥିଲେ।

ଏହି ପମିୟର ଲିଗରେ ପ୍ରଯୋଜକ ଭାବେ ବ୍ଲାକ ପରେଷ୍ଟ, ସାହୁଜି ଅଳଙ୍କାର ଏବଂ ଶାଢ଼ୀ ପ୍ୟାଲେସ, ନେୟୁ କେୟାର ଡାଇଗ୍ନସିସି, ଆଦିତ୍ୟ ମେଡ଼ିସିନ ଫାର୍ମା, ଏସଏନଏସ ଏଜେନ୍ସି ଏବଂ ନୀଳଚକ୍ର ପେଷ୍ଟ କଣ୍ଟ୍ରୋଲ ଅଂଶଗ୍ରହଣ କରିଥିଲେ।

ଆଠସାହିର ସମସ୍ତ ମୁରବି ମାନେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମ୍ୟାଚରେ ମଣିସାହୁ ଛକ ଟଚ ଜିତିଥିବା ବେଳେ ବେପାରୀ ସାହିଙ୍କୁ ପ୍ରଥମେ ନିଜର ପାରଦର୍ଶିତା ଦେଖାଇବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.