Home ଅନୁଗୁଳ କରୋନା ମୁକାବିଲା ପାଇଁ ଏନ୍‌.ଟି.ପି.ସି କଣିହାଁ ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ

କରୋନା ମୁକାବିଲା ପାଇଁ ଏନ୍‌.ଟି.ପି.ସି କଣିହାଁ ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ

133

ତାଳଚେର,୧୦/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ଭାଇରସର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟ ନେଇ ସାରା ଭାରତରେ ଏବେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଏନ୍‌.ଟି.ପି.ସି ତାଳଚେର କଣିହାଁ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ଲାଂଟ ପକ୍ଷରୁ ସ୍ଥାନୀୟ ଟାଉନସିପ୍ ଓ ଏହାର ଆଖପାଖ ଅଂଚଳରେ ବ୍ୟାପକ ସାଇନିଟାଇଜେସନ କାର୍ଯ୍ୟକ୍ରମ କରାଯିବା ସହ ବିଭିନ୍ନ ଭେଂଟିଲେଟର,ପ୍ରାଇଭେଟ ପ୍ରୋଟେକଟିଭ ଇକ୍ୟୁପମେଂଟ(ପିପିଇ),ସାନିଟାଇଜର ଗ୍ଲୋଭସ ଆଦି ଆବଶ୍ୟକୀୟ ମେଡ଼ିକାଲ ଉପକରଣ ଏହାର ହସିପିଟାଲ ନିମନ୍ତେ କ୍ରୟ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ଏଥିସହ କୋବିଡ-୧୯ ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ମଧ୍ୟ ତିଆରି କରାଯାଇଛି । ଏହିପରି ଭାବେ କରୋନାର ମୁକାବିଲା କରିବାକୁ ପ୍ଲାଂଟ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଏନ୍‌.ଟି.ପି.ସି କର୍ପୋରେଟ ମେଡ଼ିକାଲ ଗ୍ରୁପ ଦ୍ୱାରା ତାଲିମପ୍ରାପ୍ତ ଏକ ମେଡ଼ିକାଲ ଟିମ୍ ପ୍ରସ୍ତୁତ କରାଯାଇଛି, ଯେଉଁମାନେ କି କରୋନା ସଂକ୍ରମିତ ରୋଗୀଙ୍କର ଦେଖାଶୁଣା କରିବେ ଏବଂ ସରକାରଙ୍କ ଦ୍ୱାରା ଜାରୀ ବିଭିନ୍ନ ମାର୍ଗଦର୍ଶିକା ଏବଂ ପରାମର୍ଶଗୁଡ଼ିକୁ ସମ୍ପର୍କରେ ଅବଗତ କରାଇବେ ।
ବର୍ତମାନ ପ୍ରକଳ୍ପ ତରଫରୁ ଏହାର ସମସ୍ତ କର୍ମଚାରୀ,ଚୁକ୍ତିଭିତିକ ଶ୍ରମିକ,ସହଯୋଗୀମାନଙ୍କୁ ମାସ୍କ ବଂଟନ କରାଯିବାସହ ସ୍ଥାନୀୟ ଅଂଚଳର ଗରିବ ଲୋକମାନଙ୍କୁ ପ୍ରଦାନ ନିମନ୍ତେ ସିଏଚସି କଣିହାଁ ଏବଂ ବ୍ଲକ ଅଫିସକୁ ମଧ୍ୟ ମାସ୍ପ ଯୋଗାଇ ଦିଆଯାଇଛି । ବର୍ତମାନ ରାଜ୍ୟ ସରକାରଙ୍କ ତରଫରୁ ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ହେତୁ ଏନ୍‌.ଟି.ପି.ସି ତାଳଚେର କଣିହାଁ ତରଫରୁ ସ୍ଥାନୀୟ ଗଦାଶିଳା,ରଙ୍ଗବେଡ଼ା,ହରିହରପୁର ଆଦି ବିଭିନ୍ନ ଗ୍ରାମରେ ଯୁଦ୍ଧକାଳୀନ ଭିତିରେ କଟନ୍ ମାସ୍କ ବଂଟନ କରାଯାଉଛି । ସାମାଜିକ ଦୂରତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ବର୍ତମାନ ଗ୍ରାମ ମୂଖ୍ୟମାନଙ୍କୁ ଏହି ମାସ୍କ ପ୍ରଦାନ କରାଯିବା ସହ ଜନ ସମାଗମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
କମ୍ପାନୀର ସିଏସଆର ଯୋଜନାରେ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଗ୍ରାମାଂଚଳରେ ୧୦ହଜାର ମାସ୍କ ପ୍ରଦାନ କରାଯାଇଛି । ଏଥିସହିତ ପ୍ଲାଂଟର କର୍ମଚାରୀମାନେ ସ୍ୱଇଚ୍ଛାରେ ବିଭିନ୍ନ ଶ୍ରମିକ ଏବଂ ଗରିବ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି । ବର୍ତମାନ ସୁଦ୍ଧା ୪୮୦ପରିବାରକୁ କର୍ମଚାରୀମାନଙ୍କ ତରଫରୁ ସହାୟତା ପ୍ରଦାନ କରାଯାଇଛି । ହାତଧୂଆ ବେସିନ୍ ,ହ୍ୟାଣ୍ଡ ୱାଶ ଲିକ୍ୟୁଇଡ଼,ସାବୁନ୍ ଆଦି ପ୍ଲାଂଟର ବିଭିନ୍ନ ସ୍ଥାନଗୁଡ଼ିକରେ ସ୍ଥାପନ କରାଯାଇଛି,ଯଦ୍ୱାରା ଶ୍ରମିକ ଏବଂ କର୍ମଚାରୀମାନେ ଉପଯୁକ୍ତ ଭାବେ ହାତ ଧୋଇପାରିବେ । ଏଥିସହିତ କୋବିଡ-୧୯ ସଂକ୍ରମଣ ରୋକିବାକୁ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସଚେତନତା ନିମନ୍ତେ ଟାସ୍କ ଫୋର୍ସ ମେମ୍ବରଙ୍କ ଦ୍ୱାରା ସ୍ଥାନୀୟ ଅଂଚଳର ଗୁରୁତ୍ୱପୁର୍ଣ୍ଣ ସ୍ଥାନମାନଙ୍କରେ ପୋଷ୍ଟରମାନ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.