Home ଜିଲ୍ଲା ପରିକ୍ରମା କଇଥଖୋଲାରେ ବିଜେଡିର ନୂତନ ଅଫିସ ଉଦଘାଟିତ

କଇଥଖୋଲାରେ ବିଜେଡିର ନୂତନ ଅଫିସ ଉଦଘାଟିତ

30

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ବିଜୁ ଜନତା ଦଳର ନୂତନ ଅଫିସ ଗୃହ ଉଦଘାଟିତ ହୋଇଯାଇଛି । ଏହି ଅ‘ିସ ଉଦଘାଟନ ଉତ୍ସବ ଏବଂ ହୋଇଥିବା ସଭାରେ ବିଜୁ ଜନତା ଦଳର କଇଥଖୋଲା ପଂଚାୟତର ସଭାପତି ବନବିହାରୀ ମାଇତି ଯୋଗ ଦେଇ ଆଗାମୀ ଦିନରେ ବିଜୁ ଜନତା ଦଳର ହାତମୁଠାକୁ ଟାଣ କରିବା ସହ କଇଥଖୋଲା ପଂଚାୟତରେ ସାଧାରଣ ଜନତାଙ୍କ ସମସ୍ତ ସମସ୍ୟାର ଆଶୁ ସମାଧାନ ପାଇଁ ସେ ବଦ୍ଧ ପରିକର ,ଏଥିସହ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ କୌଣସି ତାରିଖ ସ୍ତିରୀକୃତ ହୋଇ ନଥିବା ବେଳେ ସାଧାରଣ ଜନତା ଆଜି ଭଳି ଦିନରେ ବିଜୁ ବାବୁଙ୍କ ଶ୍ରଦ୍ଧା କୁ ପାଥେୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟଙ୍କ ନିର୍ଦେଶରେ ଏହା ଏକ ନୂତନ ପ୍ରୟାଶ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଆଜି ହୋଇଥିବା ଏହି ଉତ୍ସବରେ ସେକ ମାଲିକ, ସେକ ବାଖର ଅଲ୍ଲି, ଅପୂର୍ବ ପଟନାୟକ, ଅମୁଲ୍ୟ ବେହେରା, ବିନୋଦ ମାଇତି, ଦେବ କୁମାର ପଣ୍ଡିତ, ନଳ କୁମାର ପାତ୍ର, ବଦ୍ରୁଲ ଅଲ୍ଲି ଖାଁ, ଗୋକୁଳା ନନ୍ଦ ବାରିକ, ଅଲୟ କୁମାର ମାଇତି, ଅଚିନ୍ତ ଗିରି, ରାଜିବ ଗିରି, ସୁଶୋଭନ ଧାଡା, ପ୍ରତ୍ୟୁଷ ପ୍ରଧାନ, ମମିନ ଅଲ୍ଲି ଖାଁ, ଦିନବନ୍ଧୁ ମହାଳିକ, ରମେଶ ଚନ୍ଦ୍ର ସାହୁ, ସୁନିଲ ସାମନ୍ତ,ଶ୍ୟାମ ସୁନ୍ଦର ବାଗ ଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ମାନେ ଯୋଗ ଦେଇଥିବା ବେଳେ ବହୁ ବକ୍ତା ନିଜ ନିଜର ବକ୍ତବ୍ୟରେ ବିଜୁ ଜନତା ଦଳର ଆଭିମୁଖ୍ୟ ବିଷୟରେ ଆକୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.