Home ଜିଲ୍ଲା ପରିକ୍ରମା କଇଥଖୋଲାରେ ପଡି ସାମଗ୍ରୀ କୁ ନେଇ ବଢୁଛି ଅଡୁଆ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅଡୁଆ...

କଇଥଖୋଲାରେ ପଡି ସାମଗ୍ରୀ କୁ ନେଇ ବଢୁଛି ଅଡୁଆ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅଡୁଆ ପାଇଁ ଚିନ୍ତାରେ ପ୍ରଶାସନ

48

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ପଡି ସାମଗ୍ରୀକୁ ନେଇ ବଢି ଚାଲିଛି ଅଡୁଆ । ପ୍ରଶାସନ ବର୍ତମାନ ପର୍ଯ୍ୟନ୍ତ ଏହାର ସୁସମାଧାନ କରିବା ପାଇଁ ପ୍ରୟାଶ ଜାରି ରଖିଥିଲେ ମଧ୍ୟ ତାହାର ଆଶୁ ସମାଧାନ ହେବା ପରିବର୍ତେ ଦିନକୁ ଦିନ ଅଡୁଆ ବଢି ବଢି ଚାଲିଛି । ପ୍ରାପ୍ତ ଖବରରୁ ଜଣାଯାଇଛି କଇଥଖୋଲା ପଂଚାୟତରେ ଥିବା ୧୬ଟି ଓାର୍ଡ ମଧ୍ୟରୁ ୮ଟି ଓାର୍ଡର ଥିବା ୭୫୦ଜଣ ଖାଉଟି ଙ୍କୁ ଖାଉଟି ସାମଗ୍ରୀ ବଂଟନ ଦାୟିତ୍ୱ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ସଂପୃକ୍ତ ଗୋଷ୍ଠୀ ଏହି ଦାୟିତ୍ୱ ପୁନଶ୍ଚ ଏକ ବ୍ୟକ୍ତି ବିଶେଷକୁ ଦେଇଥିଲେ । ସଂପୃକ୍ତ ବ୍ୟକ୍ତି ଜଣକ ରାତାରାତି ଲକ୍ଷପତି ହେବା ମୋହରେ ବହୁ ଖାଉଟିଙ୍କୁ ସରକାର ଦେଉଥିବା ଖାଉଟି ସାମଗ୍ରୀ ନଦେଇ ହଡପ କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଭଦ୍ରକ ଜିଲ୍ଲାପାଳ ଭଦ୍ରକ ଉପଜିଲ୍ଲାପାଳଙ୍କୁ ତଦନ୍ତ ଦେଇଥିଲେ । ପ୍ରାଥମିକ ତଦନ୍ତ ପରେ ୩୦ଜଣ ହିତାଧିକାରୀ ଖାଉଟି ସାମଗ୍ରୀ ପାଇ ପାରି ନଥିଲେ ବୋଲି ଭଦ୍ରକ ଉପଜିଲ୍ଲାପାଳଙ୍କୁ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହି ସମସ୍ତ ଖାଉଟି ଦୀର୍ଘ ଦିନ ହେବ ଏହି ଖାଉଟି ସାମଗ୍ରୀ ପାଉ ନ ଥିବା ବେଳେ ପୁନଶ୍ଚ ସରକାର ଅକ୍ଟୋବର,ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ଖାଉଟି ସାମଗ୍ରୀ ପଠାଇଥିଲେ । ଏହି ପଂଚାୟତରେ ଥିବା ୧୬ଟି ଓାର୍ଡ ମଧ୍ୟରୁ ୮ଟିରେ ଥିବା ୭୫୦ଜଣ ହିତାଧିକାରୀ ଏହି ସାମଗ୍ରୀ ପାଇବାରୁ ବଂଚିତ ହୋଇଥିଲେ । ଏନେଇ ସମାଜରେ ଗତ ୧୫ତାରିଖରେ ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସଂପୃକ୍ତ ହିତାଧିକାରୀ ମାନଙ୍କୁ ଚାଉଳ ବଂଟନ କରାଯାଇଥିଲା ।

କିନ୍ତୁ ଏହି ସାମଗ୍ରୀ ନେବା ପାଇଁ ଆସିଥିବା ବିଗତ ୩୦ଜଣ ହିତାଧିକାରୀଙ୍କୁ ଛାଡି ବହୁ ହିତାଧିକାରୀ ଙ୍କ ପୁରୁଣା ମାସର ଚାଉଳ ପାଇ ନଥିବା ନେଇ ପୁନଶ୍ଚ ଅଭିଯୋଗ କରିଥିଲେ । ଏ ନେଇ ବହୁ ହୋହାଲା ମଧ୍ୟ ହୋଇଥିଲା । ତୁରନ୍ତ ସେହି ଓାର୍ଡ ଦାୟିତ୍ୱରେ ଥିବା ସଂପୃକ୍ତ ବ୍ୟକ୍ତି ବିଶେଷ ପାଖରୁ ଚାଉଳ ଆଣି ଚାଉଳ ପାଇ ନଥିବା ହିତାଧିକାରୀଙ୍କୁ ଦେବାକୁ ଦାବୀ ହୋଇଛି । ମାତ୍ର ଚାନ୍ଦବାଲି ଏମ ଆଇ ଏହି ବିଷୟରେ କିଛି ଅବଗତ ନାହାନ୍ତି ବୋଲି ସଂପୃକ୍ତ ହିତାଧିକାରୀ ମାନେ ଅଭିଯୋଗ ଆଣିବା ସହ ସେ ତଦନ୍ତ କରିଥିବା ରିପୋର୍ଟ ରେ ସମସ୍ତ ହିତାଧିକାରୀଙ୍କ ସାମିଲ କରା ଯାଇ ନଥିବା ଜଣାଯାଇଛି । କେଉଁ ପରିସ୍ଥିତିରେ ସଂପୃକ୍ତ ଡିଲର ଖାଉଟି ମାନଙ୍କର ଆଖି ସ୍କାନିଂ କରିବା ସହ ‘ିଙ୍ଗର ପ୍ରିଂଟ ନେଇ ସାରିଥିବା ବେଳେ ବହୁ ହିତାଧିକାରୀଙ୍କୁ ଚାଉଳ ନ ଦେଇ ସମସ୍ତ ଚାଉଳ ହଡପ କଲେ ଏବଂ ଚାନ୍ଦବାଲି ଏମ ଆଇ ଏହାର ବିଦ୍ଧିବଦ୍ଧ ତଦନ୍ତ କରି ଅଳ୍ପ କିଛି ଲୋକଙ୍କ ପାଖରୁ ତଦନ୍ତ କରି ରିପୋର୍ଟ ଭଦ୍ରକ ଜିଲ୍ଲାପାଳଙ୍କୁ ଦେଲେ ତାହାକୁ ନେଇ ସଂପୃକ୍ତ ଖାଉଟି ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅବିଳମ୍ବେ ବିଗତ ମାସ ମାନଙ୍କରେ ଚାଉଳ ପାଇ ନଥିବା ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ନଚେତ ଆଗାମୀ ଦିନରେ ଏହାକୁ ନେଇ ସେମାନେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ପୁନଶ୍ଚ ଏହି ଚାଉଳ ହଡପ କରିଥିବା ବ୍ୟକ୍ତି ବିଶେଷ ଅନ୍ୟ ମହିଳା ଗୋଷ୍ଠୀ ନାମରେ ଡିଲରସିପ ନେବା ପାଇଁ ଭଦ୍ରକ ଉପଜିଲ୍ଲାପାଳ ଏବଂ ସିଏସଓଙ୍କ ଦ୍ୱାରସ୍ଥ ହୋଇ ଆଗାମୀ ଦିନରେ ପୁଣି ଖାଉଟି ମାନଙ୍କର ଚାଉଳ ହଡପ କରିବାର ଯୋଜନା ଚଳାଇଥିବା ଜଣାଯାଇଛି । ତୁରନ୍ତ ହଡପ ହୋଇଥିବା ସମସ୍ତ ଖାଉଟିଙ୍କର ଖାଉଟି ସାମଗ୍ରୀ ର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ସେମାନଙ୍କୁ ତୁରିତ ନ୍ୟାୟ ପ୍ରଦାନ କରିବାକୁ ଦାବୀ ହୋଇଛି । ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.