Home ଜିଲ୍ଲା ପରିକ୍ରମା ସଡକ ସୁରକ୍ଷା ଅଭିଯାନ

ସଡକ ସୁରକ୍ଷା ଅଭିଯାନ

60

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବାହାଣିଆ କାମେଶ୍ୱର ଶିବମନ୍ଦିର ସମ୍ମୁଖ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାରେ ଷୋଳମପୁର ଶିଶୁବିଦ୍ୟାମନ୍ଦିର ଆନୁକୂଲ୍ୟରେ ବୁଧବାର ସଡକ ସୁରକ୍ଷା ପାଳନ କରାଯାଇ ସଚେତନ କରାଯାଇଥିଲା । ଷୋଳମପୁର ଶିଶୁବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ସମ୍ପାଦକ ବିଶଶ୍ୱମ୍ଭର ରାଉତ, ଗୁରୁଜୀ ଓ ଗୁରୁମାମାନଙ୍କ ତତ୍ତ୍ୱାବଧାନରେ ପ୍ଲା କାର୍ଡ ଧରି ବାଇକ ଆରୋହୀମାନଙ୍କୁ ହେଲମେଟ ବ୍ୟବହାର ସହ ସଡକ ସୁରକ୍ଷା ନିୟମ ପାଳନ ପାଇଁ ସଚେତନତା ସୃଷ୍ଟି କରିଥିଲେ । ଏଥିରେ ମୁଖ୍ୟଅତିଥି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଦାଶ, ଅଧ୍ୟାପକ ଅନାଦି ଚରଣ ସାହୁ, ହେମନ୍ତ ଜେନା, ଦାମୋଦର ନାୟକ, ରାଜେଶ ବାରିକ, ପ୍ରତ୍ୟୁଷ ସାମଲ, ଶିଶିର ନାୟକ ଯୋଗଦେଇ ହେଲମେଟ ବ୍ୟବହାର ନକରି ବାଇକଆରୋହୀମାନଙ୍କୁ ନୂତନ ହେଲମେଟ ପ୍ରଦାନ କରି ଭବିଷ୍ୟତରେ ହେଲମେଟ ସହ ବାଇକ ଚଳାଇବାକୁ ସଚେତନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.