Home ଓଡ଼ିଶା କଂଗ୍ରେସ ସେବାଦଳ ସାଂଗଠନିକ ବୈଠକ

କଂଗ୍ରେସ ସେବାଦଳ ସାଂଗଠନିକ ବୈଠକ

115

ଭୁବନେଶ୍ୱର ୪.୮ (ଓଡ଼ିଆ ପୁଅ) ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଏକ ସାଂଗଠନିକ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ମନୋଜ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ନେତୃବୃନ୍ଦ ସହ ଜିଲ୍ଲା ଅଧ୍ୟକ୍ଷମାନେ ଯୋଗଦେଇଥିଲେ। ସେବାଳ ଦଳର କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଂଚାଇବା ପାଇଁ ନିଷ୍ପତି ନିଆଯିବା ସହ ସଂଗଠନ କିପରି ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ କାର୍ଯ୍ୟ କରିବ ତାହା ଆଲୋଚନା କରାଯାଇଥିଲା। ସେବାଦଳ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରିବା ସହ ଲୋକଙ୍କର ମୌଳିକ ଆବଶ୍ୟକତା ଓ ବିଭିନ୍ନ ସ୍ଥାନୀୟ, ରାଜ୍ୟ ଓ ଦେଶର ପ୍ରସଙ୍ଗରେ ଅହିଂସକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଗଲା। ବିପଦମୁଖୀ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସେବାଦଳ ଲୋକମାନଙ୍କୁ ସଜାଗ କରିବା ସହ ସଂଘର୍ଷର ପନ୍ଥା ଗ୍ରହଣ କରିବ। ଜାତିର ପିତା ମହାତ୍ମ ଗାନ୍ଧୀଙ୍କ ପ୍ରତ୍ୟେକ ତତ୍ୱାବଧାନରେ ୧୯୨୩ ମସିହାରେ ପ୍ରତିଷ୍ଠିତ ସେବାଦଳ ପ୍ରାକୃତିକ ବିପର୍ଯ୍ୟୟ ଦେଶର ସଙ୍କଟ ସମୟରେ ସୁରକ୍ଷାର କବଚ ହୋଇ ଠିଆ ହୋଇଛି। ସାଂପ୍ରତିକ ଜଟିଳ ପରିସ୍ଥିତିରେ ସେବାଦଳ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ଉପସ୍ଥିତ ସେବାଦଳ କର୍ମକର୍ତା ଓ କର୍ମୀମାନେ ମତାମତ ଦେଇଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ସେବାଦଳ କାର୍ଯ୍ୟାଳୟ ସଂପାଦକ ଜ୍ୟୋତିଷ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବା ସହ ବୈଠକର ଲକ୍ଷ୍ୟ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ଅନ୍ୟାନ୍ୟ ସେବାଦଳ କର୍ମକର୍ତାଙ୍କ ମଧ୍ୟରେ ଅଶୋକ ସିଂ, ମାଧବ ଚନ୍ଦ୍ର ବିଶ୍ୱାଳ, ଉଷାରାଣୀ ବେହେରା, କୁଳମଣୀ ସାହୁ, ଜଗଦୀଶ ସାହୁ, ଘିଷାଲାଲ ଶର୍ମା, ସନ୍ତୋଷ କୁମାର ପ୍ରଧାନ, ଭୋଳାନାଥ ସାଗର, ଧର୍ମେନ୍ଦ୍ର ମେହେର, ନିରୁପମା ଜଗତ, ଜୟଦେବ ପରିଡ଼ା, ତୃପ୍ତି ଦାସ, ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.