Home କୋରାପୁଟ କଂଗ୍ରେସ ନେତା ରାଜେନ୍ଦ୍ରଙ୍କୁ ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ ଟିକେଟ ଦେବାକୁ ଦାବି

କଂଗ୍ରେସ ନେତା ରାଜେନ୍ଦ୍ରଙ୍କୁ ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ ଟିକେଟ ଦେବାକୁ ଦାବି

684

କୋରାପୁଟ ; ତା୧୯-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକାଙ୍କୁ ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ ଟିକେଟ ଦେବାକୁ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମିମାନେ ଦାବି କରିଛନ୍ତି।ବର୍ତମାନର କଂଗ୍ରେସ ବିଧାୟକ କୈଳାସ କୁଲସିକା ୫ ବର୍ଷ ହେଲା କିଛି କାମ କରି ନ ଥିବା କର୍ମିମାନେ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ କଂଗ୍ରେସ ଲକ୍ଷ୍ମିପୁର ବିଧାନସଭା ଓ କୋରାପୁଟ ଲୋକସଭା ଆସନ ନିମନ୍ତେ ପ୍ରାର୍ଥି ଘୋଷଣା କରି ନାହିଁ।ଯଦି ରାଜେନ୍ଦ୍ରଙ୍କୁ ଟିକେଟ ନ ମିଲେ ତେବେ ସମସ୍ତ କଂଗ୍ରେସ କର୍ମମାନେ ଇସ୍ତାଫା ଦେବାକୁ ବାଧ୍ୟ ହେବେ ବୋଲି ଦଶମନ୍ତପୁର ବ୍ଲକ କଂଗ୍ରେସ କମିଟି ସଭାପତି ବେଣୁଧର ପାତ୍ର ଚେତାବନୀ ଦେଇଛନ୍ତି।୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସ ସମର୍ଥିତ ସରପଂଚ,  ସମିତି ସଭ୍ୟ ପ୍ରାର୍ଥିମାନେ ପରାଜୟ ବରଣ କରିଥିଲେ।ଲକ୍ଷ୍ମିପୁରର ପୂର୍ବତନ ବିଜେଡି ବିଧାୟକ ଝିନ୍ନ ହିକକା ସମୟରେ ହୋଇଥିବା ନିର୍ବାଚନରେ କଂଗ୍ରେସ ପ୍ରାର୍ଥିମାନେ ବିଜୟୀ ହୋଇଥିଲେ କିନ୍ତୁ କଂଗ୍ରେସ ବିଧାୟକ କୈଳାସ କୁଲସିକାଙ୍କ ସମୟରେ ପ୍ରାର୍ଥିମାନେ ହାରି ଯାଇଥିବାରୁ ତାଙ୍କର ଲୋକପ୍ରୀୟତା ହ୍ରାସ ପାଇବା ଓ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ସହ ଯୋଗାଯୋଗ ରହୁ ନ ଥିବା ସେ ଅଭିଯୋଗ କରିଥିଲେ।କଂଗ୍ରେସ ଦଳ ତାଙ୍କୁ ଟିକେଟ ଦେଲେ ସେ ସୁନିଶ୍ଚିତ ହାରିବେ ବୋଲି ସେ ପ୍ରକାଶ କରିଥିଲେ। ରାଜେନ୍ଦ୍ରଙ୍କୁ ଟିକେଟ ନ ଦେଲେ ମୁଁ କଂଗ୍ରେସ ଦଳ ଛାଡିଦେବି ବୋଲି ନାରାୟଣପାଟଣାର ବରିଷ୍ଠ କଂଗ୍ରେସ ନେତା ତ୍ରୀନାଥ ତ୍ରୀପାଠୀ ମଧ୍ୟ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.