Home ଜିଲ୍ଲା ପରିକ୍ରମା ‘ନୟାଗଡ଼ ଦର୍ପଣ’ସମାଜର ଦର୍ପଣ ସଦୃଶ କାମ କରୁ

‘ନୟାଗଡ଼ ଦର୍ପଣ’ସମାଜର ଦର୍ପଣ ସଦୃଶ କାମ କରୁ

276

ନୟାଗଡ଼, ୧୮ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ନୟାଗଡ଼ ଦର୍ପଣ’ର ପଂଚମ ବର୍ଷ ପୂର୍ତ୍ତୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଦର୍ପଣର ମୁଖ୍ୟ ହରିଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥିଭାବେ ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ସମୀକ୍ଷକ ଶ୍ରୀରାମ ଦାଶ ଓ ବିଶିଷ୍ଠ ବକ୍ତାଭାବେ ବରିଷ୍ଠ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗଦେଇଥିଲେ। ସଭା ପ୍ରାରମ୍ଭରୁ ଅତିଥିମାନଙ୍କୁ ମଂଚକୁ ସ୍ୱାଗତ କରାଯାଇ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସାମଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ନୟାଗଡ଼ ଦର୍ପଣର ସ୍ରଷ୍ଟା ତଥା ଗୀତିକଳ୍ପ ହରିଶ୍ ପ୍ରଧାନ ନୟାଗଡ଼ ଦର୍ପଣର ପ୍ରକାଶନୀ ଓ ଏହାର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ ସହ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଦାଶ ଆଜିର ସମାଜରେ ସମ୍ବାଦ ପତ୍ରର ଭୂମିକା ଓ ଏହାର ସ୍ଥାୟୀତ୍ୱ ଉପରେ ବକ୍ତବ୍ୟ ରଖିବା ସହ ରାଜନୀତି ଓ ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏପରିକି ନୟାଗଡ଼ ଦର୍ପଣ ସତ୍ୟନିଷ୍ଠ ଖବର ଲୋକ ଲୋଚନକୁ ଆଣି ସାଧାରଣ ଲୋକଙ୍କ ଦର୍ପଣ ସଦୃଶ ପଥପ୍ରଦର୍ଶକ ହେଉବୋଲି କହିଥିଲେ। ସେହିପରି କଥାକାର ଶ୍ରୀ ବେନହୁର ନୟାଗଡ଼ ଦର୍ପଣର ଦୀର୍ଘ ଜୀବନ କାମନା କରିବା ସହିତ ନୟାଗଡ଼ ଦର୍ପଣ ସାଧାରଣ ଜନଜୀବନରେ ଦର୍ପଣ ସଦୃଶ କାମ କରୁ ବୋଲି କହିଥିଲେ। ଏହି ପରିପ୍ରେକ୍ଷିରେ ରମେଶ ମହାପାତ୍ରଙ୍କ ପୁସ୍ତକ ଦିବ୍ୟ ଦର୍ଶନ, ମୋ ମନ ଅଗଣା, ବ୍ରଜ କିଶୋର ମହାାପତ୍ରଙ୍କ ପୁସ୍ତକ ତୁମେ ମୋ ପ୍ରିୟତମ, ଇଂ ବିଦ୍ୟାଧର ପଣ୍ଡାଙ୍କ ପୁସ୍ତକ ବ୍ୟଙ୍ଗ ଦର୍ପଣ, ସୁଶ୍ରୀ ରଚିତା ପରିଡ଼ାଙ୍କ ପୁସ୍ତକ ଜୀବନ ଅଙ୍କ, ବସିରନ୍ ବିବିଙ୍କ ପୁସ୍ତକ ସାରସତ୍ୟ ଗଳ୍ପଗୁଚ୍ଛ, ଏମ ଦୀନବନ୍ଧୁଙ୍କ ପୁସ୍ତକ ଭିଜାମନ ଅଲୋଡ଼ା ସପନ, ଭକ୍ତିଅର୍ଘ୍ୟ, ରାମଚନ୍ଦ୍ର ମିଶ୍ରଙ୍କ କଢି ମା’, ଡ ନରେନ୍ଦ୍ର ନାଥ ନାୟକଙ୍କ ପୁସ୍ତକ କଳ୍ପତରୁ ପ୍ରମୁଖ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏଥିରେ ବରେଣ୍ୟ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲାବେଳେ ନୟାଗଡ଼ର ବିଭିନ୍ନ କୃତିତ୍ୱ ହାସଲ କରିଥିବା ପ୍ରତିଭୂମାନଙ୍କୁ ସମ୍ମାନୀତ କରାଯାଇଥିଲା। ସୁସାହିତ୍ୟକ ତଥା ନାଟ୍ୟକାର ଶରତ ଚନ୍ଦ୍ର ମିଶ୍ର ମଂଚ ପରିଚାଳନା କରିଥିଲାବେଳେ ଗୋଦାବରୀଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.