Home କୋରାପୁଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ସମାରୋହ

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ସମାରୋହ

483

କୋରାପୁଟ;ତା୧୯-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନବାଗତ ଡାକ୍ତରୀ ଛାତ୍ରାଛତ୍ରୀ ମାନଙ୍କ ପାଇଁ ଛାତ୍ର ସଂସଦ ଦ୍ୱାରା ଶପଥ ଗ୍ରହଣ ସମାରୋହ ଉନ୍ମେଷ-୨୦୧୯ ଆୟୋଜିତ ହୋଇଯାଇଛି। ଛାତ୍ର ସଂଘ ଉପଦେଷ୍ଟା ପ୍ରଫେସର ଜୟନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ତଥା ଡିନ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱୋଳନ କରି ଉଦଘାଟନ କରିଥିଲେ। ମେଡିକାଲ କଲେଜର ପୂର୍ବତନ ଅଧୀକ୍ଷକ ପ୍ରଫେସର ସୀତାରମ ମହାପାତ୍ର, ପ୍ରଫେସର ଜଗଦାନନ୍ଦ ମିଶ୍ର(ସର୍ଜରୀ), ପ୍ରଫେସର ଅରକ୍ଷୀତସ୍ୱାଇଁ(ଶିଶୁ ), ଡା.ତୃପ୍ତୀ ସ୍ୱାଇଁ (ଫାର୍ମାକୋଲୋଜି), ପ୍ରଫେସର ପ୍ରତିମା ସାହୁ(ବାେଇାକେମଷ୍ଟ୍ରି)ପ୍ରଫେସର ସୌମ୍ୟପ୍ରଭା ପ୍ରଧାନ(ପାଥୋଲଜି), ପ୍ରଫେସର ଜେ.ସାଗର ପୃଷ୍ଟି(ଆନାଟୋମି)ପ୍ରଫେସର ସୁଶାନ୍ତ ସାହୁ(ମାଇକ୍ରୋ ବାଇଲୋଜି) ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବାବେଳେ ଶେଷରେ ଛାତ୍ରଛାତ୍ରୀ ଶିକ୍ଷା ସମାପ୍ତ ପରେ ଚିକିତ୍ସାକୁ ଏକ ସେବା ଓ ଧର୍ମ ବାବେ ଗ୍ରହଣ କରିବାକୁ ଶପଥ ଗ୍ରହଣ କରିଥିଲେ। ଛାତ୍ର ସଂଘ ସଭାପତି ସୋହିତ ମହାନ୍ତି, ସମ୍ପାଦକ ସୌରମ୍ୟ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ପ୍ରାଧ୍ୟାପକ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.