Home Top News ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଆମେ ବଦ୍ଧପରିକର – ଧର୍ମେନ୍ଦ୍ର ପ୍ରଧାନ

ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଆମେ ବଦ୍ଧପରିକର – ଧର୍ମେନ୍ଦ୍ର ପ୍ରଧାନ

28

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଡିପ୍ଲୋମାଟିକ୍ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

– ଶିକ୍ଷା ବ୍ୟବସ୍ଥାରେ ଭାରତ ସରକାରଙ୍କ ଥିବା କଳ୍ପନା ଉପରେ ଉଲ୍ଲେଖ କଲେ କେନ୍ଦ୍ରମନ୍ତ୍ରୀ
– ଜାତୀୟ ଶିକ୍ଷା ନୀତି ୨୦୨୦, ଗୁଣାତ୍ମକ ଶିକ୍ଷାନୁଷ୍ଠାନ, ବିବିଧ ସଂସ୍କୃତି ସହିତ ସାମାଜିକ ଅନ୍ତର୍ଭୂକ୍ତିକରଣକୁ ଗୁରୁତ୍ୱ ଦିଆଯିବ
– ଶିକ୍ଷା କ୍ଷେତ୍ରରେ ନବସୃଜନ, ଉଦ୍ୟୋଗୀ ଏବଂ ଆନ୍ତର୍ଜାତୀୟକରଣକୁ ଫୋକସ୍ କରାଯିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୧୨ (ଓଡ଼ିଆ ପୁଅ) – ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଭାରତ ସରକାର ବଦ୍ଧପରିକର ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଡିପ୍ଲୋମାଟିକ୍ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି କନକ୍ଲେଭରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଭାରତର ଶିକ୍ଷା ବ୍ୟବସ୍ଥା ନେଇ ଭାରତ ସରକାରଙ୍କ ଥିବା କଳ୍ପନା ଉପରେ ଅଭିଭାଷଣ ପ୍ରଦାନ କରିଛନ୍ତି। ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି) ଆଧାରରେ ଥିବା ନୀତି ସରଂଚନାକୁ ସକ୍ରିୟ କରାଗଲେ ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିବ। ସେହିପରି ଗୁଣାତ୍ମକ ଶିକ୍ଷାନୁଷ୍ଠାନ, ବିବିଧ ସଂସ୍କୃତି ସହିତ ସାମାଜିକ ଅନ୍ତର୍ଭୂକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହାସହ ଶିକ୍ଷା କ୍ଷେତ୍ରରେ ନବସୃଜନ, ଉଦ୍ୟୋଗୀ ଏବଂ ଆନ୍ତର୍ଜାତୀୟକରଣ ଉପରେ ଫୋକସ୍ ଦେବାକୁ ମଧ୍ୟ ସରକାରଙ୍କ କଳ୍ପନା ରହିଛି। ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥା ନୂତନ ଶିଖରରେ ପହଁଚିପାରିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ଜ୍ଞାନର ପେଙଋସ୍ଥଳି କରିବା ପାଇଁ ଥିବା ବୌଦ୍ଧିକ କ୍ଷମତା ଏବଂ କୋଭିଡର ପରବର୍ତ୍ତୀ ସମୟରେ ଭାରତର ସାମଗ୍ରିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା ପାଇଁ ଥିବା ଶିକ୍ଷା କ୍ଷେତ୍ରର ଭୂମିକା ଉପରେ ଅଭିଭାଷଣ ପ୍ରଦାନ କରିଛନ୍ତି। ବହୁ ପୁରାତନ କାଳରୁ ଭାରତ ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରି ଆସୁଛି। ବିଶ୍ୱର ନାଗରିକ ମାନଙ୍କୁ ପ୍ରସ୍ତୁତ କରିବା ଏବଂ ବୈଶ୍ୱିକ ଚ୍ୟାଲେଞ୍ଜ ଓ ଲକ୍ଷ୍ୟକୁ ହାସଲ କରିବା ପାଇଁ ମିଳିତ ଭାବରେ ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି କନକ୍ଲେଭକୁ ୧୨୦ରୁ ଅଧିକ ଦେଶ ପ୍ରତିନିଧିତ୍ୱ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.