Home ଜିଲ୍ଲା ପରିକ୍ରମା ଓଡ଼ିଶୀ ନୃତ୍ୟକୁ ବିଶ୍ୱରେ ପ୍ରସାର ପ୍ରଚାର ପାଇଁ ଉଦ୍ୟମ ଜାରି ରଖିବେ : ବୈଶାଳୀ ମହାନ୍ତି

ଓଡ଼ିଶୀ ନୃତ୍ୟକୁ ବିଶ୍ୱରେ ପ୍ରସାର ପ୍ରଚାର ପାଇଁ ଉଦ୍ୟମ ଜାରି ରଖିବେ : ବୈଶାଳୀ ମହାନ୍ତି

42

ପୁରୀ ୨୬-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ଏନ୍ତୁଡି ଶାଳ ଭାବେ ନାମିତ ଶ୍ରୀକ୍ଷେତ୍ର ପୁରୀ ସେହି ମାଟିରେ ଜନ୍ମ ନେଇ ବୈଶାଳୀ ମହାନ୍ତି ଓଡିଶୀ ନୃତ୍ୟକୁ ସମଗ୍ର ବିଶ୍ବରେ ପ୍ରଚାର ପ୍ରସାର ଉଦ୍ୟମ ଜାରି ରଖିବେ ବୋଲି ଏଠାରେ ପ୍ରକାଶ କରିଛନ୍ତି। ବୈଶାଳୀ ୯୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ କନ୍ ଭେଣ୍ଟ ସ୍କୁଲ୍ ପରେ କିଡ୍ସ ଇଣ୍ଟରନ୍ୟାସନାଲ, ଲେଡିଜ୍ ଶ୍ରୀରାମ କଲେଜ ଓ ଅକ୍ସଫୋଡ୍ ଇନଭରସିଟିରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରି ବର୍ତ୍ତମାନ ରୋମ୍ ରେ ୟୁ. ଏନ୍. ଡବ୍ଲୁ. ଏଚ୍. ପି. ପୋଗ୍ରାମ୍ ରେ ପଲିସ୍ ଥ୍ରୀ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ସେ ନିକଟରେ ରୋମ୍ ଓ ସ୍ପେନ୍ ରେ ଓଡିଶୀ ଫେଷ୍ଟିଭାଲ କରି ଵେଶ୍ ସୁଖ୍ୟାତି ଅର୍ଜନ କରିଛନ୍ତି। ଅକ୍ସଫୋଡ୍ ଠାରେ ମଧ୍ୟ ସେ ଏକ ଓଡିଶୀ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଆଗାମୀ ଦିନରେ ସେ ପ୍ୟାରିସ୍, ଜର୍ମାନ୍ ଓ ଲଣ୍ଡନ ଠାରେ ଓଡିଶୀ ନୃତ୍ୟ ଫେଷ୍ଟିଭାଲ କରିବେ ବୋଲି ଏକ ସାକ୍ଷାତକାରରେ ଏଠାରେ ପ୍ରକାଶ କରିଛନ୍ତି। ବିଶିଷ୍ଟ ସମାଜସେବୀ ମାନସୀ ପ୍ରଧାନ ଓ ଇଞ୍ଜିନିୟରି ଆର୍. ବି. ମହାନ୍ତିଙ୍କ କନ୍ୟା ଅଟନ୍ତି। ସେ ଗୁରୁ ଗଙ୍ଗାଧର ପ୍ରଧାନ ଓ ଅରୁଣା ମହାନ୍ତିଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.