Home ଜିଲ୍ଲା ପରିକ୍ରମା ଓଡ଼ିଶା ଡ଼୍ରାଇଭର ମହାସଂଘ ଧାମନଗର ଶାଖା ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ଓଡ଼ିଶା ଡ଼୍ରାଇଭର ମହାସଂଘ ଧାମନଗର ଶାଖା ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

25

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଡ଼୍ରାଇଭର ମହାସଂଘ ଧାମନଗର ଶାଖା ପକ୍ଷରୁ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଧାମନଗର ତହସିଲଦାରଙ୍କ ମାଧ୍ୟମରେ ବିଭିନ୍ନ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଦେହୁଡ଼ି ଆନନ୍ଦପୁର ଠାରୁ ଡ଼୍ରାଇଭର ମହାସଂଘପକ୍ଷରୁ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଧାମନଗର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଡ଼୍ରାଇଭର ମାନଙ୍କୁ ୬୦ବର୍ଷ ପରେ ସେମାନଙ୍କୁ ଭତ୍ତା ପ୍ରଦାନ କରିବା ସହିତ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ କରାଇବା, କରୋନା ଯୋଦ୍ଧାଭାବେ ସେମାନଙ୍କୁ ଚିହ୍ନଟ କରାଯିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ଼୍ରାଇଭର ମାନଙ୍କୁ ୨୦ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ ଇତ୍ୟାଦି ଦାବିପତ୍ର ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ପରେ ଶହୀଦନଗର ସ୍ଥିତ ଶହୀଦସ୍ମୃତି ମଣ୍ଡପରେ ସଂଘ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ପରେ ମହାବିଦ୍ୟାଳୟ ସମ୍ମୁଖରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଧାକର ସାହୁଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ବିବିସିସି ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା ଯୋଗଦେଇ ଡ଼୍ରାଇଭରମାନେ ମାଲିକମାନଙ୍କର ନିଶ୍ଚିତ ଭାବରେ ଭଗବାନ, କାରଣ ସେମାନେ ନିଜ ପରିବାର ଘରଦ୍ୱାର ଛାଡ଼ି ମାଲିକର ସେବା କରୁଛନ୍ତି ଏବଂ ମାଲିକମାନେ ଡ଼୍ରାଇଭର ମାନଙ୍କୁ ପରିବାରର ସଦସ୍ୟ ବୋଲି ଭାବିବା ଦରକାର । ଏହି ଅବସରରେ ମହାସଂଘର ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନ, ବାଲେଶ୍ୱର ଜିଲ୍ଲାସଭାପତି ରାମକୃଷ୍ଣ ଦାସ, ଭଦ୍ରକ ଜିଲ୍ଲାସଭାପତି ଦୀଲ୍ଳିପ କୁମାର ସାହୁ, ଭଦ୍ରକ ଜିଲ୍ଲା ଉପସଭାପତି ଜୀବନଜ୍ୟୋତି ଚାନ୍ଦ ଓ ଜିଲ୍ଳା ସମ୍ପାଦକ ପ୍ରଭାସ ବାବୁଙ୍କୁ ବ୍ଲକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡ଼୍ରାଇଭର ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ଓ ସମସ୍ୟା ସମ୍ପର୍କରେ ମହାସଂଘ ପକ୍ଷରୁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ବିଚିତ୍ର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ରଂଜନ କୁମାର ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପ୍ତିରଂଜନ ସାହୁ, ସୁଜିତ୍ ପୃଷ୍ଟି, ବଳରାମ କୁଅଁର, ପ୍ରଶାନ୍ତ ସାହୁ, ମୋହନ ବେହେରା, ସିବାଜୀ ସାହୁ, ଦିବାକର ଦାସ, କାର୍ତ୍ତିକ ହାଜରା, ସେକ୍ ସଇଫୁଦ୍ଦିନ୍‌, ସେକ୍ ଜାଲୋ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.