Home ଜିଲ୍ଲା ପରିକ୍ରମା ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

13

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ବୈଦିକ ଯଜ୍ଞ ମଣ୍ଡପ ଠାରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ସାଂଗଠନିକ ବୈଠକ ଓ ୨୧୨ଜଣ ଭିନ୍ନକ୍ଷମ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଏସ୍‌ଆଇ ମୋତିଲାଲ ମାରାଣ୍ଡି, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଂଜନ ପଣ୍ଡା, ବିକଳାଙ୍ଗ ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁ, ଦେବବ୍ରତ ପାତ୍ର, ଶୁଭେନ୍ଦ୍ର ରାୟ, ମୁସ୍ତଫାପୁର ସରପଂଚ ବିଷ୍ଣୁ ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବିଭିନ୍ନ ଶୁଖିଲା ଖାଦ୍ୟ ସାଂଗକୁ ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରିଥିଲେ । ପରେ ମଞ୍ଚପକ୍ଷରୁ ବୈଦକ ଯଜ୍ଞ ମଣ୍ଡପ ଠାରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରଙ୍କର ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ଭାବରେ ସୁବିଧା ସୁଯୋଗ ପାଇପାରିବେ ସେ ଦୀଗରେ ଆଲୋଚନା କରାଯାଇଥିଲା । ପରେ ଦିବ୍ୟାଙ୍ଗ ଅଧିକାରୀ ସଚେତନ ରଥକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମଞ୍ଚର ଅମୁଲ୍ୟ ମହାଳିକ, ଚନ୍ଦ୍ରକାନ୍ତ ରାଉତ, କୃପାସିନ୍ଧୁ ବେହେରା, ମନୋରଂଜନ ତ୍ରିପାଠୀ, ଯଦୁମଣୀ ଦାସ, କରୁଣାକର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.