Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ସେବା ସମର୍ପଣ ରକ୍ତଦାନ ଶିବିର ଅନୁଷ୍ଠିତ

ବିଜେପି ପକ୍ଷରୁ ସେବା ସମର୍ପଣ ରକ୍ତଦାନ ଶିବିର ଅନୁଷ୍ଠିତ

20

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସମର୍ପଣ କାର୍ଯ୍ୟକ୍ରମ ପାଳନ ଅବସରରେ ଆଜି ଶାରଦା ବିଦ୍ୟାମନ୍ଦିର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଏହି ଶିବିରକୁ ଉଦଘାଟନ କରିଥିଲେ । ଭଦ୍ରକ ରେଡକ୍ରସ ରକ୍ତଭଣ୍ଡାର ଡାକ୍ତର ଶରତ କୁମାର ଆଚାର୍ଯ୍ୟ, ସହାୟକ ରବିନ୍ଦ୍ର ଜେନା, ସୁବ୍ରତ ବିଶ୍ୱାଳ, ରତିକାନ୍ତ ବଳ, ପ୍ରକାଶ ବେହେରା ପ୍ରମୁଖ ସ୍ୱେଚ୍ଛାସେବୀଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ମୋଟ ତିରିଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦଳର କାର୍ଯ୍ୟକର୍ତ୍ତା ଅଜୟ ରାଉତ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଯୁବ ମୋର୍ଚ୍ଚା ସଭାପତି ପ୍ରତାପ ଦ୍ୱିବେଦୀ, ଶିବାନି ଶଙ୍କର ସ୍ୱାଇଁ, ଚନ୍ଦ୍ରଶେଖର ରାଉତଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଜିଲ୍ଲା ସମ୍ପାଦିକ ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରକାଶ ମହାପାତ୍ର, ସୁଶାନ୍ତ ମହାପାତ୍ର, କରୁଣାକର ସାହୁ, ଶିବଶଙ୍କର ସାହୁ, ଦେବାଶିଷ ମହାପାତ୍ର, ରାଜେଶ ଧଳ, ଦେବେନ୍ଦ୍ର ଜେନା, ସତ୍ୟଜିତ ରାଉତ, ମଦନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.