Home ଜିଲ୍ଲା ପରିକ୍ରମା ଓଡ଼ିଶା ମୋ ପରିବାର ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର

ଓଡ଼ିଶା ମୋ ପରିବାର ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର

161

ବାଲେଶ୍ୱର, ୧୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଅଭିଯାନ ପକ୍ଷରୁ କ୍ରାନ୍ତି ଦିବସ ପାଳନ ଅବସରରେ ଅଗଷ୍ଟ ୯ ତାରିଖରୁ ସପ୍ତାହ ବ୍ୟାପୀ ଆରମ୍ଭ ହୋଇଛି ସ୍ୱେଚ୍ଛାକୃତ ରନ୍ତଦାନ ଶିବିର। ଏହି ପରିପ୍ରେକ୍ଷୀରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାରରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଅଭିଯାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ମହାମାରୀ କରୋନା ଭଳି ସ୍ଥିତିରେ ସାମାଜିକ ଦୂରତା ରକ୍ଷା ସହ ଏଭଳି ଶିବିର ଆୟୋଜ ବେଶ୍ ଦୁଃସାହସିକ ପଦକ୍ଷେପ ବୋଲି ସେ କହିଥିଲେ। ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସାମାଜିକ ଦୂରତାକୁ ବିଶେଷ ଗରୁତ୍ୱ ଦେବା ପାଇଁ ଶ୍ରୀ ଜେନା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ମହମ୍ମଦ ସାହିରୁଲ ହକ୍‌ଙ୍କ ନେତୃତ୍ୱ ତଥା ଛାତ୍ରନେତା ଶୁଭମ୍ ସାଇ ମହାପାତ୍ରଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ଶୈଲେନ୍ଦ୍ର ସିଂହ, ରିତିକ୍ ନାୟକ, ଅଭିଜତ୍ ବିଶ୍ୱାଳ, ରୀମା ଜୋସେଫ୍ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲା ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.