Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ଟପ୍ପର – ଅଭିନନ୍ଦନ – ଆଇଏଏସ୍ ହେବାକୁ ଲକ୍ଷ୍ୟ

ଭଦ୍ରକ ଜିଲ୍ଲାର ଟପ୍ପର – ଅଭିନନ୍ଦନ – ଆଇଏଏସ୍ ହେବାକୁ ଲକ୍ଷ୍ୟ

114

ଭଦ୍ରକ, ୧୪-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧିନରେ ଥିବା ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅଭିନନ୍ଦନ ପଣ୍ଡା ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ମୋଟ ୫୪୨ ନମ୍ବର ରଖି ଜିଲ୍ଲାର ଟପ୍ପର ହୋଇଛନ୍ତି। ପ୍ରଥମେ ଡାକ୍ତରୀ ପଢ଼ିବାକୁ ଇଚ୍ଛା ରଖିଥିବା ଅଭିନନ୍ଦନ ଭବିଷ୍ୟତରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାର ଲକ୍ଷ୍ୟ ରଖିଛନ୍ତି। ଟ୍ୟୁସନ ଅପେକ୍ଷା କ୍ଲାସରୁମ ଓ ଘର ପାଠପଢ଼ାକୁ ସେ ଅଧିକ ଗୁରୁତ୍ୱ ଦେଉଥିବା ନେଇ କହିଛନ୍ତି ଅଭିନନ୍ଦନ। ଭଦ୍ରକର ସବୁଜନଗର, ଗବସାହି ନିବାସୀ ଅମିତାଭ ପଣ୍ଡା ଓ ମମତା ପଣ୍ଡାଙ୍କ ସୁପୁତ୍ର ଅଭିନନ୍ଦନ ନିଜର ସଫଳତା ପଛରେ ବାପା ଓ ମା’ଙ୍କ ପ୍ରେରଣା ଓ ମାର୍ଗଦର୍ଶନକୁ ଦାୟୀ କହିଛନ୍ତି। ତେବେ ପୂର୍ବରୁ ସିବିଏସଇ ଷ୍ଟାଣ୍ଡାର୍ଡ଼ ଟେନ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖି ସେ ସଫଳତା ହାସଲ କରିଥିଲେ। ଜିଲ୍ଲା ଓ ରାଜ୍ୟସ୍ତରରେ ବହୁ ପ୍ରବନ୍ଧ ଲିଖିନ, ବକ୍ତୃତା ପ୍ରତିଯୋଗିତାରେ ଅଭିନନ୍ଦନ ସଫଳତା ଅର୍ଜନ କରିଛନ୍ତି। ଇତମିଧ୍ୟରେ ଦୁଇଟି ପୁସ୍ତକ ରଚନା କରି ନିଜର ବୌଦ୍ଧିକ ଜ୍ଞାନର ପରିଚୟ ଦେଇଛନ୍ତି ଅଭିନନ୍ଦନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.