Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଋଣ ସଂଯୋଗିକରଣ ପଦକ୍ଷେପ

ଜିଲ୍ଲାସ୍ତରୀୟ ଋଣ ସଂଯୋଗିକରଣ ପଦକ୍ଷେପ

38

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲିଡ଼୍ ବ୍ୟାଙ୍କ ଅଫିସ, ୟୁକୋ ବ୍ୟାଙ୍କ ଭଦ୍ରକ ଦ୍ୱାରା ଆଜି ଭଦ୍ରକ ଜିଲ୍ଲା ପାଇଁ ସଂସ୍କୃତି ଭବନ ଠାରେ ଋଣ ସଂଯୋଗିକରଣ ପଦକ୍ଷେପ ବା ଋଣମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥ ସେବା ବିଭାଗ ଜରିଆରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଓ ଜିଲ୍ଲା ଲିଡ଼୍ ମ୍ୟାନେଜରଙ୍କ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାନ୍ୟବର ଲୋକସଭା ସଦସ୍ୟା ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର ଜୋନ୍‌ର ଡ଼ି.ଜି.ଏମ୍‌. ଏବଂ ୟୁକୋ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଲଲାଟେନ୍ଦୁ ବେହେରା, ନାବାର୍ଡ଼ର ଡ଼ିଡ଼ିଏମ୍ ପ୍ରମୋଦ କୁମାର ବେହେରା ଏବଂ ଏହି କାର୍ଯ୍ୟକ୍ରମର ଆୟୋଜକ ଏଲ୍‌.ଡ଼ି.ଏମ୍‌. ଭଦ୍ରକ ନାଗେଶ୍ୱର ରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଋଣ ହିତାଧିକାରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ବିଭାଗୀୟ ସରକାରୀ କର୍ମଚାରୀ, ଜିଲ୍ଲାର ସମସ୍ତ ବ୍ୟାଙ୍କର୍ସ, ବ୍ୟାଙ୍କ ପ୍ରତିନିଧି, ଋଣ ହିତାଧିକାରୀମାନେ ଯୋଗ ଦେଇଥିଲେ । ଋଣ ହିତାଧିକାରୀମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ୧୬ କୋଟି ୭୪ ଲକ୍ଷ ଟଙ୍କାର ୩୮୦ ପ୍ରସ୍ତାବକୁ ମଞ୍ଜୁର କରାଯାଇଥିଲା । ୧୦୦ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଋଣ ମଞ୍ଜୁରୀ ପ୍ରାପ୍ତ ଚିଠି ବଣ୍ଟନ କରାଯାଇଥିଲା । ମହିଳା ଏସ୍‌.ଏଚ୍‌.ଜି. ମାନଙ୍କ କ୍ଷେତ୍ରରେ ୪ କୋଟି ୨୩ ଲକ୍ଷ ଟଙ୍କାର ୧୬୬ଟି ଋଣ ପ୍ରସ୍ତାବ ମଞ୍ଜୁର କରାଯାଇଥିଲା । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ୍ ଯୋଜନା ପ୍ରଭୃତି ସାମାଜିକ ସୁରକ୍ଷା ଯୋଜନା ତାଲିକା ଭୁକ୍ତ ହେବା, ଏମ୍‌.ଏସ୍‌.ଏମ୍‌.ଇ , କୃଷି, ପାଇକାରୀ ବ୍ୟବସାୟ, ଖାଉଟି ଋଣ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଆଦିଙ୍କ ପାଇଁ ବିଭିନ୍ନ ଯୋଜନାରେ ଋଣ ବ୍ୟବସ୍ଥା, ଆର୍ଥିକ ସହାୟତା ଜନିତ ସଚେତନତା ବୃଦ୍ଧି, ଆର୍ଥିକ ସଂଯୋଗୀକରଣ, ଡ଼ିଜିଟାଲ ବ୍ୟାଙ୍କ ବ୍ୟବସ୍ଥା ଆଦି ନେଇ ସଚେତନତା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.