Home ଜିଲ୍ଲା ପରିକ୍ରମା ସୀମିତ ଭକ୍ତଙ୍କ ମଧ୍ୟରେ ଆରିଡି ପୀଠରେ ପାଳିତ ହେଲା ମହାଶିବରାତ୍ରୀ

ସୀମିତ ଭକ୍ତଙ୍କ ମଧ୍ୟରେ ଆରିଡି ପୀଠରେ ପାଳିତ ହେଲା ମହାଶିବରାତ୍ରୀ

37

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ପ୍ରଶାସନର କରୋନା ଜନିତ ୧୪୪ ଧାରା ଅଂକୁଶ ମଧ୍ୟରେ ପାଳିତ ହୋଇଛି । ବାବାଙ୍କ ପୀଠରେ ପ୍ରତିବର୍ଷ ଭଳି ଏଥର ହଜାର ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଳିନଥିଲା । ସୀମିତ ଭକ୍ତଙ୍କ ମଧ୍ୟରେ ଏହା ଏକ ନିରାଡମ୍ବର ପରିବେଶ ମଧ୍ୟରେ ପାଳିତ ହୋଇଛି । ଗତକାଲି ସେବାୟତମାନେ ପ୍ରଶାସନ ନିକଟରେ ଦାବି ରଖି ଧାରଣାରେ ବସିବା ଦ୍ୱାରା କରୋନା କଟକଣା ମଧ୍ୟରେ ନିୟମ ମାନି ଆରଡି ପୀଠ ଅଂଚଳର ମାତ୍ର ୪ଟି ପଂଚାୟତ ବାସିନ୍ଦାଙ୍କୁ ଜିଲାପାଳ ଅନୁମତି ଦେଇଥିଲେ । ଏହି ୪ଟି ପଂଚାୟତବାସୀ ଆଜି କରୋନାର ସମସ୍ତ ନିୟମ ମାନି ଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ ଆଜି ରାତି ୪ ଟାରେ ବାବାଙ୍କ ମହାଦୀପ ଉଠିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.