Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ମାଟ୍ରିକ ପାଶ୍ ହାର ରେକର୍ଡ଼ ସଂଖ୍ୟକ ୯୨.୫୦ ପ୍ରତିଶତ

ନୟାଗଡ଼ରେ ମାଟ୍ରିକ ପାଶ୍ ହାର ରେକର୍ଡ଼ ସଂଖ୍ୟକ ୯୨.୫୦ ପ୍ରତିଶତ

101

ନୟାଗଡ଼, ୨୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ପାଶ୍ ହାର ହୋଇଥିବାବେଳେ ରେଗୁଲାର ପାସ୍ ହାର ୯୮.୧୭ ଏବଂ ଏକ୍ସ-ରେଗୁଲାର ୯୨ ପ୍ରତିଶତ ହୋଇଛି। ଜିଲ୍ଳାରେ ୨୩୧ ଟି ହାଇସ୍କୁଲର ୧୨ ହଜାର ୫୬୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ ହଜାର ୩୪୯ଜଣ ପାଶ୍ କରିଛନ୍ତି ଓ ୧୮୭ ଜଣ ଫେଲ ୍ହୋଇଛନ୍ତି ଏବଂ ୪୩ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଏଥିମଧ୍ୟରୁ ଏ-୧ ଗ୍ରେଡ଼ରେ ୯୧ଜଣ, ଏ-୨ ଗ୍ରେଡରେ ୬୮୯ ଜଣ, ବି-୧ରେ ୧୪୭୨ ଜଣ, ବି-୨ରେ ୨୩୬୩, ସି ଗ୍ରେଡରେ ୩୦୫୭, ଡି ଗ୍ରେଡରେ ୨୮୨୦, ଇ ଗ୍ରେଡରେ ୧୮୫୭ ଜଣ ପାଶ୍ କରିଛନ୍ତି। ଏକ୍ସ ରେଗୁଲାର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାରେ ସମୁଦାୟ ପାଶ୍ ହାର ୯୨.୫୦ ପ୍ରତିଶତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.