Home ଜିଲ୍ଲା ପରିକ୍ରମା ଓଡ଼ିଶା ଅଭିଭାବକ ମହାସଂଘର ଜିଲ୍ଲା ଅଧିବେଶନ

ଓଡ଼ିଶା ଅଭିଭାବକ ମହାସଂଘର ଜିଲ୍ଲା ଅଧିବେଶନ

39

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଚାଲିଥିବା ଶିକ୍ଷାର ଘରୋଇକରଣ ଏବଂ ଅଭିଭାବକ ମାରଣନୀତିକୁ ତୀବ୍ର ବିରୋଧ ମଧ୍ୟରେ ଓଡ଼ିଶା ଅଭିଭାବକ ମହାସଂଘର ଭଦ୍ରକ ଜିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜି ସହରର ନୂଆବଜାର ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପ ପରିସରରେ କରୋନା କଟକଣା ମଧ୍ୟରେ ସୀମିତ ଅଭିଭାବକଙ୍କୁ ନେଇ ମହାସଂଘର ଜିଲ୍ଲା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହାସଂଘ ଗଠନର ଆବଶ୍ୟକତା, ଶିକ୍ଷାନୀତିର ବ୍ୟବସ୍ଥା, ଶିକ୍ଷା ଅଧିକାର ସମ୍ପର୍କରେ ଉଦବୋଧନ ଦେଇଥିଲେ । ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସାମ୍ବାଦିକ ଶଶୀ ଭୂଷଣ ସ୍ୱାମୀ ବିଭିନ୍ନ ବିଦ୍ୟାଳୟରେ ଦୃଷ୍ଟି ଗୋଚର ହେଉଥିବା ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଶିକ୍ଷକ କମଳା କାନ୍ତ ସାହୁ ସରକାରୀ ବିଦ୍ୟାଳୟ ମାନଙ୍କର ପ୍ରଚଳିତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଯୁବ ସମାଜସେବୀ ସନ୍ତୋଷ ସାହୁ ମଞ୍ଚରେ ଉପସ୍ଥିତ ରହିଥିଲେ । ସମାଜସେବୀ ଶରତ ପଢ଼ିଆରୀ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ଅଧିବେଶନ ଆରମ୍ଭରେ ଅଭିଭାବକ ମାନେ ନିଜ ନିଜ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଶୋଷଣ ନୀତି ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ସେହି ସମସ୍ୟାର ସମାଧାନ ନିମନ୍ତେ ବଡ଼ ଧରଣର ଆନ୍ଦୋଳନ ଡକାଯିବ ବୋଲି ଶ୍ରୀଯୁକ୍ତ ଭଟ୍ଟ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅଭିଭାବକ ରାଜେଶ କୁମାର ପଣ୍ଡା, ସମୀର ଜେନା, ଭଗବାନ ପଣ୍ଡା, ପ୍ରବୀଣ କୁମାର ଜେନା, ନବନିତା ନାୟକ, ମନୋଜ କୁମାର ପଣ୍ଡା, ଶଙ୍କର୍ଷଣ ପଣ୍ଡା, ପରେଶ ଚନ୍ଦ୍ର ଧଡ଼ା ପ୍ରମୁଖ ଉପସ୍ଥିତ ଥିବାବେଳେ ଯୁବ ସଂଗଠକ ସ୍ୱାଧୀନ ସୁନ୍ଦର ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.