Home Coronavirus Outbreak ଓଡ଼ିଶାର ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ହେବା...

ଓଡ଼ିଶାର ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ହେବା ସୂଚନା

313

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ) ଓଡ଼ିଶାରେ ଓଡ଼ିଶାର ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଦିଲ୍ଲୀ ଯାତ୍ରା ଇତିହାସ ସହିତ କଟକରେ ରାଜ୍ୟର ଷଷ୍ଠ COVID-19 ମାମଲା ଚିହ୍ନଟ ହୋଇଥିବା କଥା ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

କଟକ ସହରର ଜଣେ ବାସିନ୍ଦାଙ୍କର କରୋନା ପଜିଟିଭ୍ ଆସିବା ଖବର ପରେ ଏହାକୁ ଦୃଷ୍ଟିରେ ରଖି ଆଜି ରାତ୍ର ୮ ଟାରୁ ରବିବାର ରାତ୍ର ୮ ଟା ୪୮ ଘଣ୍ଟା ପର୍ଯ୍ୟନ୍ତ କଟକ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ସୂଚନା ଦିଆଯାଇଛି। ଏହା ପୂର୍ବରୁ ଆଜି ଭୁବନେଶ୍ୱର ଏବଂ ଭଦ୍ରକ ସହର ସମ୍ପୂର୍ଣ୍ଣ ସଟଡାଉନ ହେବ ବୋଲି ଘୋଷଣା କରାଯାଇଥିଲା।

ଏନେଇ ସବିଶେଷ ତଥ୍ୟ ଶୀଘ୍ର ପ୍ରକାଶ ପାଇବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ କରି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.