Home Coronavirus Outbreak ଓଡ଼ିଶାର ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶାର ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ

248

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ) ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଦିଲ୍ଲୀ ଯାତ୍ରା ଇତିହାସ ସହିତ କଟକରେ ରାଜ୍ୟର ଷଷ୍ଠ COVID-19 ମାମଲା ଚିହ୍ନଟ ହୋଇଥିବା କଥା ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

କଟକ ସହରର ଜଣେ ବାସିନ୍ଦାଙ୍କର କରୋନା ପଜିଟିଭ୍ ଆସିବା ଖବର ପରେ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଭଦ୍ରକ ସହରରେ ଆଜି ରାତ୍ର ୮ ଟାରୁ ରବିବାର ରାତ୍ର ୮ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା  ପାଇଁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି। ଏହା ପରେ କଟକକୁ ସମ୍ପୂର୍ଣ୍ଣ ସଟ୍ ଡାଉନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ସବିଶେଷ ତଥ୍ୟ ଶୀଘ୍ର ପ୍ରକାଶ ପାଇବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ କରି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.