Home Coronavirus Outbreak ଭୁବନେଶ୍ୱର, ଭଦ୍ରକ୍, କଟକ ଟାଉନ୍ ଆଜି ରାତି ୮ ଟାରୁ ୪୮ ଘଣ୍ଟା ପାଇଁ ଶଟ୍...

ଭୁବନେଶ୍ୱର, ଭଦ୍ରକ୍, କଟକ ଟାଉନ୍ ଆଜି ରାତି ୮ ଟାରୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍

303

ଭୁବନେଶ୍ୱର, ୩-୪ (ଓଡ଼ିଆ ପୁଅ) : କରୋନାଭାଇରସ୍ (COVID-୧୯) ର ସଂପ୍ରସାରଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଜି ଭୁବନେଶ୍ୱର, ଭଦ୍ରକ୍ ଏବଂ କଟକ ଟାଉନ୍ କୁ (ଶୁକ୍ରବାର) ରାତି ୮ ଟାରୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଶଟ୍ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଏହି ୩ ସହରରେ ରବିବାର ରାତି ୮ଟା ଯାଏ ସମ୍ପୂର୍ଣ୍ଣ ସଟ୍‌ଡାଉନ ରହିବ। ୪୮ ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ବନ୍ଦ ରହିବ, ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସଟ୍‌ଡାଉନ ବେଳେ କାମ କରିବନି ଲକ୍‌ଡାଉନ ପାସ୍‌, ମାଲ୍‌ ପରିବହନରେ କୌଣସି କଟକଣା ରହିବ ନାହିଁ। ବୋଲି ଡିଜିପି କହିଛନ୍ତି।

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରେ ରାଜ୍ୟ ସରକାର ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଏ ନେଇ ପ୍ରଥମେ କଟକ ଏବଂ ଭଦ୍ରକ ସହର ଶଟ୍ ଡାଉନ୍ ଘୋଷଣା କରାଯାଇଥିଲା। ଇତି ମଧ୍ୟରେ କଟକ ସହରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକ ସହରକୁ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ରାତି ୮ଟା ଠାରୁ ଆସନ୍ତା ୪୮ ଘଣ୍ଟା ଅର୍ଥାତ୍ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍ ଡାଉନ ବଳବତ୍ତର ରହିବ।

ସୂଚନାଯୋଗ୍ୟଯେ, ପଞ୍ଚମ କରୋନା ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ନାହିଁ ସେ ମଧ୍ୟ ଅନ୍ୟ କୌଣସି ରାଜ୍ୟକୁ ଯାଇ ନଥିଲେ। ତେଣୁ କ’ଣ ପାଇଁ ସେ ଆକ୍ରାନ୍ତ ହୋଇଛନ୍ତି ତା’ ସଂପୂର୍ଣ୍ଣ ଅନୁସନ୍ଧାନ କରିବା ପାଇଁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ପୁରୁଣା ପାସ୍ ରଦ୍ଦ କରାଯିବ ଓ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ମିଳିବ।

କେବଳ ହସ୍ପିଟାଲ ଏବଂ ଔଷଧ ଦୋକାନକୁ ଛାଡ଼ି ସମସ୍ତ ଦୋକାନ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.