Home ଜିଲ୍ଲା ପରିକ୍ରମା ଓଡ଼ିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀ ରୂପାୟନ, ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ତାଲିମ୍...

ଓଡ଼ିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀ ରୂପାୟନ, ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ତାଲିମ୍ ଶିବିର

22

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ନେଇ କାର୍ଯ୍ୟାନ୍ୱୟନ ଉଦ୍ଦେଶ୍ୟରେ ଯୋଜନା ଓ ସଂଯୋଜନ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲା ସ୍ତରୀୟ ଏକ ଦୁଇ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍‌ଘାଟନ କରି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀ ରୂପାୟନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ଏହି ତାଲିମ କାର୍ଯ୍ୟକ୍ରମ ସେ ଦିଗରେ କିପରି ଉପଯୋଗୀ ହୋଇ ପାରିବ ବୁଝାଇଥିଲେ। ଜିଲ୍ଲା ଯୋଜନା ଏବଂ ବିଭାଗର ଉପନିର୍ଦ୍ଦେଶକ ମହେଶ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସି.ଡ଼ି.ଓ. ଜିଲ୍ଲାପରିଷଦ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ଏବଂ ରାଜ୍ୟ ସ୍ତରରୁ ଆସିଥିବା ଯୋଜନା ଓ ସଂଯୋଜନ ବିଭାଗର କାପାସିଟବିଲଡ଼ିଂ ଏକସ୍‌ପର୍ଟ ସରୋଜ କୁମାର ଦାସ ଏଥିରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ କିି ଜାନୁୟାରୀ ୨୦୧୬ ରୁ ଆରମ୍ଭ କରାଯାଇଥିବା ଏହି ସ୍ଥାୟୀ ବିକାଶ କାର୍ଯ୍ୟକ୍ରମ ୨୦୩୦ ଡିସେମ୍ବର ୩୧ ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ସି.ଡ଼ି.ଓ.ଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ପାଇଁ ଭଦ୍ରକ ଜିଲ୍ଲାର ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ଏସ୍‌.ଡ଼ି.ଜି. (ସସ୍‌ଟେନେଟଲ ଡେଭେଲପ୍‌ମେଣ୍ଟ ଗୋଲସ) ଯୋଜନାରେ ୧୭ଟି ଗୋଲ୍ ଏବଂ ୧୬୯ ଟି ଟାରଗେଟ୍ ବିଷୟରେ ଆଲୋଚନା କରାଯାଇଥିଲା।

ମିଳିତ ଜାତି ସଂଘର ସଦସ୍ୟ ଥିବା ୧୯୩ ଟି ଦେଶ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ନେଇ ସମ୍ମତି ପ୍ରଦାନ କରିଛନ୍ତି। ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ଆଧାରରେ ଏହି ଯୋଜନାର ୧୭ଟି ଯାକ ଗୋଲ ପର୍ଯ୍ୟବେସିତ। ଓଡ଼ିଶା ସରକାରଙ୍କ ୫-ଟି ଭଳି ଏହି ଏସ୍‌.ଡି.ଜି. ଯୋଜନା ପାଇଁ ୫-ପି ପ୍ରଣୟନ କରାଯାଇଛି। ସେଗୁଡ଼ିକ ହେଲା ପିପୁଲ, ପ୍ଲାନେଟ୍‌, ପ୍ରୋସପେରିଟି, ପିସ୍ ଏଣ୍ଡ ପାର୍ଟନରସିପ୍ ବିଶ୍ୱ, ଜାତୀୟ ଓ ରାଜ୍ୟ ସ୍ତରରେ ଏହାର କାର୍ଯ୍ୟକାରୀତା ପାଇଁ ନିର୍ଦ୍ଧାରଣ କରାଯାଇଥିବା ପରିଚାଳନା ଓ ଇଣ୍ଡିକେଟର ତରିକା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହିତ ଏହାର ସ୍ଥାନୀୟକରଣ ଉପରେ ମଧ୍ୟ ତାଲିମ୍ ପ୍ରଦାନ କରାଯାଇଥିଲା। ତୃଣମୂଳ ସ୍ତରରେ ଯୋଜନା କାର୍ଯ୍ୟକାରୀ ନହେଲେ ଗୋଲ ହାସଲ ଅସମ୍ଭବ ବୋଲି ପ୍ରକାଶ କରାଯାଇଥିଲା। ତାଲିମ୍ ପ୍ରଦାନ ପାଇଁ ଶ୍ରୀଯୁକ୍ତ ଦାସଙ୍କ ସହିତ ରାଜ୍ୟ ସ୍ତରୀୟ ରିସୋର୍ସ ପର୍ସନ ଭାବେ ଆସିଥିଲେ ସହକାରୀ ନିର୍ଦ୍ଦେଶକ, ଏସ୍‌.ଡି.ଜି. ସେଲ୍ ଅର୍ଚ୍ଚିତା ଦାସ, ଏସ୍‌.ଡି.ଜି.ର ପି.ଏମ୍‌.ୟୁ. ଜନ୍ମେଞ୍ଜୟ ମିଶ୍ର, କନସଲଟାଣ୍ଟ ମୀନାକ୍ଷୀ ବନ୍‌ସାଲ, ସିନିଅର ପ୍ରୋଗ୍ରାମ ମ୍ୟାନେଜର ବିଚିତ୍ର ବିଶ୍ୱାଳ। ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବି.ଡି.ଓ., ନେରେଡ଼ା ଜି.ପି.ର ସରପଞ୍ଚ ଦେବଦର୍ଶୀ ଜେନା ଓ ଓଲଙ୍ଗର ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ପ୍ରମୁଖ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜିର ସମସ୍ତ ପ୍ରଶିକ୍ଷାର୍ଥୀ ଆସନ୍ତା କାଲି ପଞ୍ଚାୟତ ସ୍ତରୀୟ କ୍ଷେତ୍ର ପରିଦର୍ଶନରେ ଯାଇ ପରୀକ୍ଷାମୂଳକ ପ୍ରମାଣ ଭିତ୍ତିକ ତଥ୍ୟ ଆଧାରରେ ତାଲିମ ଗ୍ରହଣ କହିବା କାର୍ଯ୍ୟକ୍ରମ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.