Home ଜିଲ୍ଲା ପରିକ୍ରମା ମହିଳା ହିଂସା ନିରୋଧ ଦିବସର ପକ୍ଷପାଳନ କାର୍ଯ୍ୟକ୍ରମ

ମହିଳା ହିଂସା ନିରୋଧ ଦିବସର ପକ୍ଷପାଳନ କାର୍ଯ୍ୟକ୍ରମ

16

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍ ଦ୍ୱାରା ମହିଳା ହିଂସା ନିରୋଧ ଦିବସର ୧୬ଦିନ ପକ୍ଷ ସକ୍ରିୟତା ଅବଧିରେ ଭଦ୍ରକ ବରପଦା ମହିଳା ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଫେଲୋସିପ୍ ଅନୁଷ୍ଠାନ ଦ୍ୱାରା ପରିଚାଳିତ ସକ୍ଷୀ (ୱାନ ଷ୍ଟପ୍ ସେଣ୍ଟର), ପରିବାର ପରାମର୍ଶ କେନ୍ଦ୍ର, ସ୍ୱଧାର ଗୃହର କର୍ମକର୍ତ୍ତାମାନେ ଯୋଗ ଦେଇଥିବା ସହ ହ୍ୟୁମାନ ରାଇଟ୍ ଫାଉଣ୍ଡେସନ ର ପ୍ରଫେସର ସଂଗ୍ରାମ ମହାନ୍ତି ଯୋଗ ଦେଇଥିଲେ। ବରପଦା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ତତ୍‌ପରେ ସକ୍ଷୀର କେନ୍ଦ୍ର ପ୍ରଶାସିକା ପୁଷ୍ପାଞ୍ଜଳି ବେହେରା ଫେଲୋସିପ୍ ଦ୍ୱାରା ପରିଚାଳିତ ସମସ୍ତ ପ୍ରକଳ୍ପଗୁଡିକ ବିଷୟରେ ଜଣାଇବା ସହ ସକ୍ଷୀର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। କିପରି ଭାବରେ ୱାନ୍ ଷ୍ଟପ୍ ସେଣ୍ଟର ପୀଡିତ ମହିଳା ଓ କିଶୋରୀମାନଙ୍କୁ ଏକ ଛାତ ତଳେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇପାରେ, ସେ ବିଷୟରେ ଜଣାଇଥିଲେ। ଏହାପରେ ପ୍ରଫେସର ସଂଗ୍ରାମ ମହାନ୍ତି ସେଠାରେ ଉପସ୍ଥିତ ଥିବା ପିଲାମାନଙ୍କୁ ମୌଳିକ ଅଧିକାର ଓ ମହିଳାମାନଙ୍କ ହିଂସା ବିରୋଧରେ ଆବଶ୍ୟକ ଆଇନ୍ ବିଷୟରେ ବର୍ଣ୍ଣନା କରିଥିଲେ। ଯାହା ଆଗାମୀ ଭବିଷ୍ୟତରେ ସମସ୍ତଙ୍କ ପାଇଁ ଆବଶ୍ୟକ। ଏହାପରେ ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶଦାତ୍ରୀ ସୋନାଲି ପ୍ରିୟଦର୍ଶିନୀ ସମାଜରେ ଚାଲୁଥିବା ଏବଂ ସୋସିଆଲ ମିଡିଆ ଦ୍ୱାରା ଅତ୍ୟଧିକ ଅପବ୍ୟବହୃତ ହେଉଥିବା ଟ୍ରାଫିକିଂ କେଶ୍ ବିଷୟରେ ଜଣାଇବା ସହ ସେ ସବୁରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ତାପରେ ସ୍ୱାଧାର ଗୃହର ପରିଚାଳିକା ଯୋଗମାୟା ଚାନ୍ଦ ସ୍ୱଧାର ଗୃହର କାର୍ଯ୍ୟ ଏବଂ ସେଠାରେ ହେଉଥିବା କାଉନସେଲିଂ ପ୍ରକ୍ରିୟା ବିଷୟରେ ବିସ୍ତାର ଭାବରେ ବୁଝାଇଥିଲେ। ଶେଷରେ ଫେଲୋସିପ୍‌ର କର୍ମକର୍ତ୍ତା ଅର୍ଣ୍ଣପୂର୍ଣ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.