Home ଓଡ଼ିଶା ଓଡ଼ିଶାର ଗୌରବ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ୭୪ ତମ ଜନ୍ମଦିବସ

ଓଡ଼ିଶାର ଗୌରବ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ୭୪ ତମ ଜନ୍ମଦିବସ

234

ବଡବିଲ, ୧୫/୦୭ (ଓଡିଆ ପୁଅ / ସୀତାରାମ ଦିକ୍ଷୀତ) ଓଡ଼ିଶାର ପ୍ରଖ୍ୟାତ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ନାମ ମାନଙ୍କ ମଧ୍ୟରେ ତୁଳସୀ ମୁଣ୍ଡାଙ୍କ ନାମଟି ଜଣାଶୁଣା l ତାଙ୍କୁ ୨୦୦୧ ମସିହାରେ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ l ୧୯୪୭ ମସିହା ଜୁଲାଇ ୧୫ ତାରିଖ ଦିନ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ କେନ୍ଦୁଝର ସଦର ଉଖୁଣ୍ଡା ର କଇଁସି ଗ୍ରାମରେ ରେ ଜନ୍ମ ଗ୍ରହଣ କରିଥିଲେ ।ତୁଳସୀ ଅପାଙ୍କ ପିତାଙ୍କ ନାମ ଚରଣ ମୁଣ୍ଡା ଓ ମାତା ଙ୍କ ନାମ ଘାସ ମୁଣ୍ଡା ଥିଲା। ପରିବାର ରେ ୫ ଭଉଣୀ ଓ ୨ ଭାୟୀ ଥିଲେ ତାଙ୍କ ପରିବାର ଭିତରେ ତୁଳସୀ ଅପା ସବଠୁ ସାନ ଥିଲେ। ଆଦିବାସୀ ଲୋକ ମାନଙ୍କର ସାକ୍ଷରତା ଅଭିଯାନ ପାଇଁ ଅନେକ କାମ କରିଛନ୍ତି l ଯେଉଁ ଆଦିବାସୀ ଶ୍ରମିକ ମାନେ ଖଣିରେ କାମ କରିବାକୁ ଯାନ୍ତି ତାଙ୍କ ପିଲା ମାନଙ୍କୁ ମଧ୍ୟ ତାଙ୍କ ସହିତ ନେଇକି ଯାଆନ୍ତି ,ସେହି ଛୋଟପିଲା ମାନେ ଖଣିରେ ଶିଶୁ ଶ୍ରମିକ ଭାବରେ କାମ କରିଥାଆନ୍ତି l ତୁଳସୀ ମୁଣ୍ଡା ବିନୋବା ଭାବେଙ୍କ ସଂସ୍ପର୍ଶରେ ଆସିଥିଲେ l ସେତେବେଳେ ବିନୋବା ଭାବେ ଭୁଦାନ ଆନ୍ଦୋଳନ ପାଇଁ ପଦଯାତ୍ରା ଆରମ୍ଭ କରି ଓଡ଼ିଶାରେ ଆସି ପହଞ୍ଚିଥିଲେ l ସେହି ସମୟରେ ତୁଳସୀ ମୁଣ୍ଡା ଏକ ଶିଶୁ ଶ୍ରମିକ ଭାବେ କାମ କରୁଥିଲେ l ବିନୋବା ଭାବେଙ୍କ ସହ ଦେଖା ହେବ ପରେ ସମାଜ ସେବାପାଇଁ ମନ ବଳାଇଲେ l ଏହାର ଗୋଟିଏ ବର୍ଷ ପରେ ୧୯୬୪ ରେ ସାମାଜିକ କାର୍ଯ୍ୟପାଇଁ ଆଗକୁ ଆସିଥିଲେ l
ତୁଳସୀ ମୁଣ୍ଡା ଅଶିକ୍ଷିତ ହୋଇଥିଲେ ମଧ୍ୟ ଆଦିବାସୀ ଖଣି ଶ୍ରମିକ ମାନଙ୍କର ଶିକ୍ଷା ପ୍ରତି ବେଶ ସଚେତନ ଥିଲେ l ପ୍ରଥମେ ଗୋଟିଏ ମହୁଲ ଗଛ ତଳେ ଏହି ଶିକ୍ଷା ଦେବାର କାର୍ଯ୍ୟ ଆରମ୍ଭ ହୋଇଥିଲା ସେ କେଉଁଝରରେ କାଇଁଶୀର ବାସିନ୍ଦା ହୋଇ ମଧ୍ୟ ସେଠାରେ ଶିକ୍ଷା ଦାନ କରି ନଥିଲେ l ସମସ୍ତେ କୁହନ୍ତି ଚାରିଟି ଘରୁ ଆରମ୍ଭ ହୁଏ ,କିନ୍ତୁ ତୁଳସୀ ସେରେଣ୍ଡାକୁ ଏହି କାମ ପାଇଁ ବାଛିଥିଲେ l ସେରେଣ୍ଡା ଏକ ଆଦିବାସୀ ବହୁଳ ଗରିବ ଗ୍ରାମ l ଆଜି କେବଳ ସେରେଣ୍ଡା ନୁହେଁ ତାର ଆଖପାଖ ୧୦୦ କିଲୋମିଟର ମଧ୍ୟରେ ଥିବା ଅନେକ ଆଦିବାସୀ ଗ୍ରାମ ଶିକ୍ଷା ପାଇଁ ଲାଭାନ୍ଵିତ ହେଉଛନ୍ତି l ତାଙ୍କୁ ସମସ୍ତେ ତୁଳସୀ ଅପା ବୋଲି ସଂମ୍ବଦ୍ଧନ କରିଥାଆନ୍ତି l ଯୋଡ଼ା ଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ସେରେଣ୍ଡାର ପ୍ରାୟ ୫୦୦ ଆଦିବାସୀ ମାନଙ୍କର ଘର ରହିଛି l ପ୍ରଥମେ ସେ ଏହି ଶ୍ରମିକ ମାନଙ୍କୁ ଶିକ୍ଷାର ଆବଶ୍ୟକତା ଓ ମହତ୍ୱ ବିଷୟରେ ବୁଝାଇ ପlରି ନଥିଲେ l ତେଣୁ ଗାଁ ମୁଖିଆଙ୍କ ସହାୟତାରେ ଘରକୁ ଘର ବୁଲି ବୁଝାଇଥିଲେ l ପ୍ରଥମେ ଅଭିଭାବକ ମାନେ ପିଲାମାନଙ୍କୁ ଛାଡିବାକୁ ରାଜି ହେଲେନାହିଁ l ତେଣୁ ତୁଳସୀ ମୁଣ୍ଡା ରାତିରେ ପାଠ ପଢାଇବାର ବ୍ୟବସ୍ତା କଲେ l
ସେ ଅଶିକ୍ଷିତ ଥିବାରୁ ପିଲା ମାନଙ୍କୁ ବିଭିନ୍ନ କାହାଣୀ ,ପୌରାଣିକ ଗଳ୍ପ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ଶୁଣାଉ ଥିଲେ l ପ୍ରଥମ ଅବସ୍ଥାରେ ଅର୍ଥର ଆବଶ୍ୟକତା ପଡିଥିଲା ତେଣୁ ସେ ପରିବl ଓ ମୁଢି ବିକି ଅର୍ଥ ସଂଚୟ କରିଥିଲେ l ପରେ ଯେତେବେଳେ ସେହି ଆଦିବାସୀ ମାନଙ୍କର ବିଶ୍ୱାସ ଜିତି ପାରିଲେ ସେମାନେ ରହିବାକୁ ଘର ଦେଲେ ଓ ପାଳିକରି ପ୍ରତ୍ୟକ ଦିନ ଜଣେ ଜଣେ ଖାଇବାକୁ ଦେଉଥିଲେ l କିଛି ଦିନ ଏହି ପରି ବିତିଯିବା ପରେ ତୁଳସୀ ମୁଣ୍ଡା ଗ୍ରାମବାସୀଙ୍କ ସହାୟତାରେ ପାହାଡ଼ରୁ ପଥର କାଟି ବିଦ୍ୟାଳୟ ତିଆରି କରିଥିଲେ l ଏହା କରିବା ପାଇଁ ୬ ମାସ ସମୟ ଲାଗିଥିଲା l
ପ୍ରଥମେ ଅର୍ଥ ଅଭାବରୁ ଗାଁ ର କିଛି ଅଳ୍ପ ଶିକ୍ଷିତ ଯୁବକ ମାନେ ଆସି ସ୍ୱଇଚ୍ଛାରେ ଶିକ୍ଷାଦାନ କରିଥିଲେ ,ତାହା ପୁଣି ବିନା ପାରିଶ୍ରମିକରେ l ପରେ ପିଲାମାନଙ୍କର ଅଭିଭାବକ ମାନେ ଏଥିପାଇଁ ଶିକ୍ଷକ ମାନଙ୍କୁ ପାରିଶ୍ରମିକ ଦେବା ଆରମ୍ଭ କରିଥିଲେ l ମାତ୍ର କେତୋଟି ପିଲାଙ୍କୁ ନେଇ ଚାଲିଥିବା ବିଦ୍ୟାଳୟରେ ଆଜି ସହ ସହ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି ସେଠାରେ ଛାତ୍ରବାସ ମଧ୍ୟ ଅଛି l
ଯେଉଁ ଶିକ୍ଷକ ମାନଙ୍କୁ ବେତନ ଦେବା ପାଇଁ ତୁଳସୀ ଅପାଙ୍କ ପାଖରେ ପଇସା ନଥିଲା ,ଆଜି କିନ୍ତୁ ବିଦେଶୀ ସନ୍ଥl ମାନଙ୍କ ପାଖରୁ ସାହାଯ୍ୟ ମିଳୁଛି l ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସମାଜ ଦ୍ୱାରା ସମର୍ଥନ ଓ ଆର୍ଥିକ ସହାୟତା ମଧ୍ୟ ମିଳୁଛି l
୨୦୧୧ ମସିହାରେ ତୁଳସୀ ମୁଣ୍ଡାଙ୍କୁ ଓଡିଶା ଲିଭିଂ ଲିଜେଂଡ ଆୱାର୍ଡ ଫର ଆକ୍ସିଲଏସନ ଇନ ସୋସିଆଲ ସର୍ଭିସ ଦିଆ ଯାଇଥିଲା l ବର୍ଦ୍ଧକ୍ୟର ୭୪ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ଆଦିବାସୀ ମାନଙ୍କ ପାଇଁ ସାକ୍ଷରତା ଅଭିଯାନକୁ ଆଜି ମଧ୍ୟ ଜାରି ରଖିଛନ୍ତି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.